ଝିଅ ଘରୁ ଫେରୁଥିଲେ ବାପାମା’, ଧକ୍କା ଦେଲା କାର୍  

ବାଲିଗୁଡ଼ା(ଅଜିତ ନାୟକ): ଝିଅ ଓ ନାତୁଣୀକୁ ଦେଖା କରି ହସ ଖୁସିରେ ଘରକୁ ଫେରୁଥିଲେ ବୃଦ୍ଧ ଦମ୍ପତି। ସେମାନେ ଜାଣି ନଥିଲେ ଆଉ ଘରକୁ ଫେରି ପାରିବେନି। ମୃତ୍ୟୁ ସେମାନଙ୍କୁ ବାଟରେ ଜଗି ରହିଛି। ଅଧାବାଟରେ କାର୍‌ ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟିରେ ଏହି ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କୁମ୍ଭାରମୁଣ୍ଡା କଲୋନି ସାହିର କାମଦେବ ଦିଗାଳ ଓ ବିବିକା ଦିଗାଳ। ଗତକାଲି ଅଜା କାମଦେବ […]

accident

accident

Tapaswini Nayak
  • Published: Monday, 05 December 2022
  • Updated: 05 December 2022, 10:18 AM IST

Sports

Latest News

ବାଲିଗୁଡ଼ା(ଅଜିତ ନାୟକ): ଝିଅ ଓ ନାତୁଣୀକୁ ଦେଖା କରି ହସ ଖୁସିରେ ଘରକୁ ଫେରୁଥିଲେ ବୃଦ୍ଧ ଦମ୍ପତି। ସେମାନେ ଜାଣି ନଥିଲେ ଆଉ ଘରକୁ ଫେରି ପାରିବେନି। ମୃତ୍ୟୁ ସେମାନଙ୍କୁ ବାଟରେ ଜଗି ରହିଛି। ଅଧାବାଟରେ କାର୍‌ ଧକ୍କାରେ ଚାଲିଗଲା ବୃଦ୍ଧ ଦମ୍ପତିଙ୍କ ଜୀବନ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟିରେ ଏହି ଦୁର୍ଘଟଣା ଘଟିଛି। ମୃତ ଦମ୍ପତି ହେଲେ କୁମ୍ଭାରମୁଣ୍ଡା କଲୋନି ସାହିର କାମଦେବ ଦିଗାଳ ଓ ବିବିକା ଦିଗାଳ।

ଗତକାଲି ଅଜା କାମଦେବ ଓ ଆଈ ଲୁନା ଯୋଗେ ଝିଅ ଘର ବାଲିଗୁଡ଼ାକୁ ଯାଇଥିଲେ।  ସେଠି ଝିଅ ଓ ନାତୁଣୀ ସହ ସମୟ ଅତିବାହିତ କରି ସନ୍ଧ୍ୟାରେ ଗାଁକୁ ଫେରୁଥିଲେ। କିରିକୁଟି ବ୍ରିଜରେ ଏକ କାର୍‌ ସେମାନଙ୍କ ଲୁନାକୁ ଧକ୍କା ଦେଇଥିଲା। କାମଦେବ ଓ ତାଙ୍କ ସ୍ତ୍ରୀ ଗାଡ଼ିରୁ ଛିଟିକି ଅନ୍ୟତ୍ର ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଦାରିଙ୍ଗବାଡ଼ି ପୁଲିସ ଦୁର୍ଘଟଣା ଘଟାଇଥିବା କାର୍‌କୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି  ଓ ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ କାର୍‌ର ସମ୍ମୁଖ ଅଂଶଟି ଭାଙ୍ଗି ଯାଇଛି। ହେଲେ କାର୍‌ର ଡ୍ରାଇଭରର କିଛି ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos