ଆଠଗଡ଼ (ଓଡ଼ିଶା ରିପୋର୍ଟର): ଚାଷ ଜମିରେ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇଥିଲେ। ମାତ୍ର ବଞ୍ଚାଇ ପାରିଲେ ନାହିଁ। ଶେଷରେ ନିଜ ଜୀବନ ମଧ୍ୟ ଚାଲି ଯାଇଛି। ଆଜି ଏପରି ଦୁଃଖଦ ଘଟଣା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଘଟିଛି।
କଣ୍ଡରେଇ ପଞ୍ଚାୟତ ବାଉଁଶଟାଙ୍ଗର ଗାଁର ନିରଞ୍ଜନ ଭୂଜବଳ ନିଜ ଚାଷ ଜମିରେ ପାଣି ମଡାଉ ଥିଲେ। ଏହି ସମୟରେ ସେ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ବିଦ୍ୟୁତ ସଂସ୍ପର୍ଶରେ ଆସିବା ପରେ ନିରଞ୍ଜନ ଚିତ୍କାର କରିଥିଲେ। ସ୍ୱାମୀଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିଲେ ସ୍ତ୍ରୀ ଉର୍ମିଳା। ମାତ୍ର ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଲେ। ଉଭୟଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇ ଆଠଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।