ଦେହରେ କିରାସିନି ଢିଳି ଦମ୍ପତିଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଠିକା କମ୍ପାନୀଠାରୁ ୩୩ ଲକ୍ଷ ଟଙ୍କାର ବକେୟା ଅର୍ଥ ନ ପାଇ ଠିକାଦାର ସନ୍ତୋଷ ସାହୁ ଓ ତାଙ୍କ ପତ୍ନୀ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେଠାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଉଦ୍ଧାର କରି ପୁଲିସ୍‌ ଜିମାରେ ଦେଇଥିଲେ। ଆଜି ଢେଙ୍କନାଳ ପୋଲିସ୍ ପଡ଼ିଆରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ କୃଷୀ ମନ୍ତ୍ରୀ […]

DKL THEKADARA

DKL THEKADARA

Rakesh Mallick
  • Published: Monday, 15 August 2016
  • Updated: 15 August 2016, 06:31 PM IST

Sports

Latest News

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଠିକା କମ୍ପାନୀଠାରୁ ୩୩ ଲକ୍ଷ ଟଙ୍କାର ବକେୟା ଅର୍ଥ ନ ପାଇ ଠିକାଦାର ସନ୍ତୋଷ ସାହୁ ଓ ତାଙ୍କ ପତ୍ନୀ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେଠାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ସେମାନଙ୍କୁ ଉଦ୍ଧାର କରି ପୁଲିସ୍‌ ଜିମାରେ ଦେଇଥିଲେ।

ଆଜି ଢେଙ୍କନାଳ ପୋଲିସ୍ ପଡ଼ିଆରେ ସ୍ୱାଧୀନତା ଦିବସ ପାଳିତ ହୋଇଥିଲା।  ଏଥିରେ ମୁଖ୍ୟ ଅତିଥି ଭାବେ କୃଷୀ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ଏଥିପାଇଁ ଜିଲ୍ଲା ସଦର ମହକୁମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହା ସତ୍ତ୍ୱେ ଜିଲ୍ଲାପାଳଙ୍କ ଅଫିସ୍‌ ପରିସରରେ ଏହି ଦମ୍ପତି ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos