ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସତ୍ୟପାଠ ଆହ୍ୱାନ କଲେ ପୁରୀ ଜିଲ୍ଲା ଓ ଦୌରା ଜଜ୍‌

ପୁରୀ(ମଧୁସୂଦନ ମିଶ୍ର): ଶ୍ରୀମନ୍ଦିର ଅବ୍ୟବସ୍ଥା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ସତ୍ୟପାଠ ଆହ୍ୱାନ କରିଛନ୍ତି ପୁରୀ ଜିଲ୍ଲା ଓ ଦୌରା ଜଜ୍। ପରାମର୍ଶ, ମନ୍ତବ୍ୟ ନେଇ ସର୍ବସାଧାରଣଙ୍କ ଠାରୁ ଜିଲ୍ଲା ଓ ଦୌରା ଜଜ୍ ସତ୍ୟପାଠ ଆହ୍ୱାନ କରିଛନ୍ତି।

ଜୁନ୍ ୨୦ ତାରିଖ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ନୋଟିସ ଜାରି ହୋଇଛି। ମନ୍ଦିର ପରିଚାଳନାରେ ରହିଥିବା ଅସୁବିଧା ନେଇ ଅନୁଧ୍ୟାନ କରିବାକୁ କିଛିଦିନ ତଳେ ପୁରୀ ଜିଲ୍ଲା କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ।