ବିଚାର ବିଭାଗୀୟ ହାଜତକୁ ଗଲେ ପୁଞ୍ଜି

ବଲାଙ୍ଗିର (ସସ୍ମିତା ସାହୁ): ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୫ଦିନିଆ ରିମାଣ୍ଡ ସରିବା ପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା  କ୍ରାଇମବ୍ରାଞ୍ଚ। ମାତ୍ର ଦୁଇ ମିନିଟର ଶୁଣାଣି ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତ ଏପ୍ରିଲ ୨୫ ତାରିଖ ପୁଞ୍ଜିଲାଲ ଗିରଫ ହୋଇଥିଲେ। ତାଙ୍କ ଜାମିନ ନାମଞ୍ଜୁର […]

punjilal

punjilal

Rakesh Mallick
  • Published: Monday, 07 May 2018
  • Updated: 07 May 2018, 09:53 PM IST

ବଲାଙ୍ଗିର (ସସ୍ମିତା ସାହୁ): ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ସରିବା ପରେ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ପୁଞ୍ଜିଲାଲ ମେହେରଙ୍କୁ ଆଜି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ୫ଦିନିଆ ରିମାଣ୍ଡ ସରିବା ପରେ ପୁଞ୍ଜିଲାଲଙ୍କୁ ପାଟଣାଗଡ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲା  କ୍ରାଇମବ୍ରାଞ୍ଚ। ମାତ୍ର ଦୁଇ ମିନିଟର ଶୁଣାଣି ପରେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଗତ ଏପ୍ରିଲ ୨୫ ତାରିଖ ପୁଞ୍ଜିଲାଲ ଗିରଫ ହୋଇଥିଲେ। ତାଙ୍କ ଜାମିନ ନାମଞ୍ଜୁର ହେବାରୁ ସେବେଠାରୁ ଜେଲ ରହୁଛନ୍ତି। ଆସନ୍ତାକାଲି ୧୪ ଦିନ ପୂରି ଯାଉଛି। ତେଣୁ ତାଙ୍କୁ ଆସନ୍ତାକାଲି ପୁଣି ଥରେ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯିବ।

ପୁଞ୍ଜିଲାଲଙ୍କ ଓକିଲ କହିଛନ୍ତି, “କ୍ରାଇମବ୍ରାଞ୍ଚ ଆଜି ରିମାଣ୍ଡରେ ନେବାକୁ ଆବେଦନ କରି ନଥିଲା। ତଦନ୍ତ ରିପୋର୍ଟ ହସ୍ତଗତ ହେବା ପରେ ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରିବୁ।”

ପୁଞ୍ଜିଲାଲର କହିବା ମୁତାବକ ପାର୍ସଲ ବୁକିଂ କରିଥିବା ରାୟପୁରର ଅଟୋ ଚାଳକ ସମ୍ପର୍କରେ ଅନୁସନ୍ଧାନ ଜାରି ରଖିଛି କ୍ରାଇମବ୍ରାଞ୍ଚ। ଅଟୋ ଚାଳକଙ୍କ ସମ୍ପର୍କରେ ଯିଏ ସୂଚନା ଦେବେ, ତାଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି କ୍ରାଇମବ୍ରାଞ୍ଚ। ଅଟୋ ଚାଳକ ସମ୍ପର୍କରେ କୌଣସି ସୂଚନା ନମିଳିଲେ ବି ପୁଞ୍ଜିଲାଲଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ଯଥେଷ୍ଟ ପ୍ରମାଣ ରହିଥିବା କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos