ଥଣ୍ଡା, କାଶ ଓ ଛିଙ୍କ ହେଲେ ଏହି ହସପିଟାଲରେ ଦେଖାଇବେ ରୋଗୀ

ରାଉରକେଲା(ପୱନ ତିୱାରୀ):କୋଭିଡ 19 ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ନୂତନ କୋଭିଡ କେୟାର ସେଣ୍ଟର କାର୍ଯ୍ୟ ଜୋରସୋରରେ ଚାଲିଛି। କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା ଲାଗି ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଆଜି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। କାର୍ଯ୍ୟର ସମୀକ୍ଷା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମାପ୍ତ କରିବା ଲାଗି ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

876-1

876-1

Tapas Behera
  • Published: Thursday, 30 July 2020
  • Updated: 30 July 2020, 09:18 PM IST

Sports

Latest News

ରାଉରକେଲା(ପୱନ ତିୱାରୀ):କୋଭିଡ 19 ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ପକ୍ଷରୁ ନୂତନ କୋଭିଡ କେୟାର ସେଣ୍ଟର କାର୍ଯ୍ୟ ଜୋରସୋରରେ ଚାଲିଛି। କାର୍ଯ୍ୟର ସ୍ଥିତି ସମ୍ପର୍କରେ ସମୀକ୍ଷା ଲାଗି ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଆଜି ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। କାର୍ଯ୍ୟର ସମୀକ୍ଷା କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସମାପ୍ତ କରିବା ଲାଗି ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲାରେ କୋଭିଡ କେୟାର ସେଣ୍ଟର ଶଯ୍ୟା ସଂଖ୍ୟା 1700 କୁ ବୃଦ୍ଧି କରିବା ଲାଗି ଘୋଷଣା କରିଥିଲେ। ଖୁବ ଶୀଘ୍ର ସମସ୍ତ ନୂତନ କୋଭିଡ କେୟାର ସେଣ୍ଟର କାର୍ଯ୍ୟ ଶେଷ ହେବ ବୋଲି କମିଶନର ପରିଡ଼ା କହିଛନ୍ତି।

ଏଥି ସହିତ ସହରର ବିଭିନ୍ନ ସ୍ଥାନରେ କୋଭିଡ ଗୃହ ବି ପ୍ରତିଷ୍ଠା କରାଯାଉଛି। ଏହି ସବୁ ଗୃହରେ ସ୍ଥାନୀୟ ଅଞ୍ଚଳର କୌଣସି ଲୋକ ଯଦି ଥଣ୍ଡା, କାଶ, ଛିଙ୍କ କିମ୍ବା ଜ୍ୱରରେ ପୀଡିତ ହୁଅନ୍ତି ତେବେ ସେମାନଙ୍କୁ ସେଠାରେ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବ। କେବଳ ସମ୍ପୃକ୍ତ ଅଂଚଳର ଜନସାଧାରଣ ହିଁ ସେହି କୋଭିଡ ଗୃହକୁ ଯାଇ ସେଠାରେ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସହ ପରାମର୍ଶ କରିପାରିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos