ନିର୍ବାଚନ ପରିଚାଳନା ଭଳି କୋଭିଡ୍ ଟିକାକରଣ କରାଯିବ

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର) ନିର୍ବାଚନ ଭଳି ପର୍ଯ୍ୟାୟକ୍ରମେ ଏବଂ ବୁଥ୍ଓ୍ୱାରି ଦେଶରେ କରାଯିବ କୋଭିଡ୍ ଟିକାକରଣ । ଟିକା ପ୍ରସ୍ତୁତ ହେବା କ୍ଷଣି ଅବିଳମ୍ବେ ଏହାକୁ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାକୁ ନିକଟରେ ପ୍ରଧାନମନ୍ତ୍ରୀ ଦେଶରେ ନିର୍ବାଚନ ଭଳି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପରେ ଏଦିଗରେ କାମ ଆରମ୍ଭ ହୋଇଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିକଶିତ ହେଉଥିବା ବ୍ୟବସ୍ଥାରେ ଏସ୍ଏମ୍ଏସ୍‌ ନେଇ ବିଭିନ୍ନ ପଯର୍ୟାୟରେ ବିତରଣ, ପରିଚାଳନା ସବୁ କିଛି ଡିଜିଟାଲ୍ ମୋଡ୍‌ରେ […]

VACCINE

VACCINE

Tapas Behera
  • Published: Sunday, 25 October 2020
  • Updated: 25 October 2020, 08:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର) ନିର୍ବାଚନ ଭଳି ପର୍ଯ୍ୟାୟକ୍ରମେ ଏବଂ ବୁଥ୍ଓ୍ୱାରି ଦେଶରେ କରାଯିବ କୋଭିଡ୍ ଟିକାକରଣ । ଟିକା ପ୍ରସ୍ତୁତ ହେବା କ୍ଷଣି ଅବିଳମ୍ବେ ଏହାକୁ ପ୍ରତିଟି ବ୍ୟକ୍ତିଙ୍କ ପାଖରେ ପହଞ୍ଚାଇବାକୁ ନିକଟରେ ପ୍ରଧାନମନ୍ତ୍ରୀ ଦେଶରେ ନିର୍ବାଚନ ଭଳି ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପରେ ଏଦିଗରେ କାମ ଆରମ୍ଭ ହୋଇଯାଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ବିକଶିତ ହେଉଥିବା ବ୍ୟବସ୍ଥାରେ ଏସ୍ଏମ୍ଏସ୍‌ ନେଇ ବିଭିନ୍ନ ପଯର୍ୟାୟରେ ବିତରଣ, ପରିଚାଳନା ସବୁ କିଛି ଡିଜିଟାଲ୍ ମୋଡ୍‌ରେ ହେବ । ଏପଟେ ରାଜ୍ୟରେ ୨ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ମିଳିଛି। ଯେମିତି ନିର୍ବାଚନ, ସେଇ ପଦ୍ଧତିରେ ହେବ ଦେଶରେ କୋଭିଡ୍ ଟିକାକରଣ।  ହେଲେ ସବୁ କିଛି ଡିଜିଟାଲ।

କିନ୍ତୁ ଇଭିଏମ୍ ନୁହେଁ ଏଠି ଇଭିଆଇଏନ୍- ଅର୍ଥାତ୍ ଇଲେ୍ରୋନିକ୍ ଭ୍ୟାକ୍ସିନ୍ ଇଣ୍ଟେଲିଜେନ୍ସ ନେଟ୍ଓ୍ୱର୍କର ହେବ ବ୍ୟବହାର।  ଏହି ଇଭିଆଇଏନରେ ରାଜ୍ୟଗୁଡ଼ିକରୁ ପ୍ରାଥମିକତା ଭିତ୍ତିରେ ଟିକାକରଣ ପାଇଁ ଆସିଥିବା ହିତାଧିକାରୀଙ୍କ ନାଁ ସହ, ଭ୍ୟାକ୍ସିନ୍ ଷ୍ଟକ୍, ବିତରଣ, ଶୀତଳୀକରଣ ଆଦି ବିଷୟରେ ବିସ୍ତୃତ ତଥ୍ୟ ରହିବ । ସେହିପରି ନିର୍ବାଚନ ଭଳି ପର୍ଯ୍ୟାୟଭିତ୍ତିକ ଟିକାକରଣ ତାରିଖ ସ୍ଥିର କରାଯିବ, ଭୋଟ୍ ଗ୍ରହଣ କେନ୍ଦ୍ର ଭଳି ସ୍କୁଲ ଗୁଡ଼ିକୁ ଟିକାକରଣ ବୁଥ୍ ଭାବେ ବ୍ୟବହାର କରାଯିବ। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ ନିତି ଆୟୋଗ ସଦସ୍ୟ ଭି.କି. ପଲଙ୍କ ନେତୃତ୍ୱରେ ଗଠିତ ନ୍ୟାସନାଲ୍ ଏକ୍ସପର୍ଟ କମିଟି ଅନ୍ ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ପକ୍ଷରୁ ଏଥିପାଇଁ ବିସ୍ତୃତ ପ୍ଲାନ୍ ପ୍ରସ୍ତୁତ କରାଯାଉଛି ।୨୦୨୧ ପ୍ରଥମାର୍ଦ୍ଧରେ ଭାରତ ହାତରେ କୋଭିଡ୍ ଟିକା ଲାଗିବାର ସମ୍ଭାବନା ଥିବାରୁ ବିତରଣ ପ୍ରକ୍ରିୟାରେ ଏସ୍ଏମ୍ଏସ୍, ଡିଜିଟାଲ୍ ସାର୍ଟିଫିକେଟ୍ ଭଳି ବୈଶିଷ୍ଟ୍ୟ ଯୋଡିବା ଦିଗରେ ଜୋରଦାର ଉଦ୍ୟମ ଚଳାଇଛନ୍ତି ବିଶେଷଜ୍ଞ ଗୋଷ୍ଠୀ । ବିଶେଷ କରି ହିତାଧିକାରୀଙ୍କୁ କେଉଁଦିନ, କେଉଁ ସମୟରେ ଏବଂ କେଉଁଠି ଟିକା ଦିଆଯିବ, ଏସ୍ଏମ୍ଏସ୍ ଜରିଆରେ ଆଗୁଆ ସୂଚନା ଯିବ । ପାର୍ଶ୍ୱପ୍ରତିକ୍ରିୟା ବିହୀନ ସଫଳ ଟିକାକରଣର ରିପୋର୍ଟ ପରେ ସଂପୃକ୍ତ ବ୍ୟକ୍ତିଙ୍କୁ କ୍ୟୁଆର୍ ବେସ୍ଡ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯିବ। ଯାହାକୁକି ଡିଜି ଲକର୍ରେ ରଖାଯାଇ ପାରିବ। ସେପଟେ ବିଶେଷଜ୍ଞଙ୍କ ମତରେ ଅକ୍ଟୋବର ଶେଷ ସୁଦ୍ଧା ଅକ୍ସଫୋର୍ଡ ଟିକା କୋଭିସିଲ୍ଡର ପରୀକ୍ଷଣ ଶେଷ ହେବାର ଆଶା ଥିବା ବେଳେ ଭାରତ ବାୟୋଟେକ୍‌କୋଭାକ୍ସିନ୍ ସହ ଅନ୍ୟ ତିନିଟି ଟିକା ଆସନ୍ତାବର୍ଷ ଜାନୁଆରୀ ଶେଷ ସୁଦ୍ଧା ବଜାରରେ ଉପଲବ୍ଧ ହେବାର ସମ୍ଭାବନା ରହିଛି।

ଏପଟେ ଓଡ଼ିଶାରେ ଖୁବ୍ ଶୀଘ୍ର କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି କ୍ଲିନିକାଲ୍ ଟ୍ରାଏଲ୍ ମୁଖ୍ୟ ଡାକ୍ତର ଇ. ଭେଙ୍କଟ ରାଓ । ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଏହି ପରୀକ୍ଷଣ ପାଇଁ ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ ଅନୁମତି ମିଳିଛି । ରାଜ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ଦୁଇ ହଜାର ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଟିକା ପ୍ରୟୋଗର ଯୋଜନା ରହିଛି। ଟିକା ଆସିବା କ୍ଷଣି ଦେଶରେ ପ୍ରଥମ ପର୍ଯ୍ୟାୟରେ କୋଭିଡ୍ ଲଢ଼େଇର ଆଗଧାଡ଼ିରେ ଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସହ ୩ କୋଟି ଲୋକଙ୍କୁ ଟିକାକରଣ କରାଯିବାର ଯୋଜନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story