ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ନିର୍ମାଣରେ ଦୁର୍ନୀତି! କାଗଜକଲମରେ ହିତାଧିକାରୀଙ୍କୁ ମିଳିଛି ରିହାତି

ଭୁବନେଶ୍ୱର: ହିତାଧିକାରୀଙ୍କ ନାଁରେ ସବସିଡ୍ ଯାଇଛି। ପ୍ରକଳ୍ପ ମଧ୍ୟ ଚାଲୁ ହୋଇଛି। କିନ୍ତୁ ସବୁ କେବଳ କାଗଜ କଲମରେ। ବାଟମାରଣା ହୋଇଛି ୧ କୋଟି ୭୨ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଗୋବର ଗ୍ୟାସ୍ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରୁ ଏହି ତଥ୍ୟ ମିଳିଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଓଡ଼ିଶା ରିନ୍ୟୁଏବଲ୍‌ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଓରେଡ଼ା) ଜରିଆରେ ହୋଇଥିବା ପ୍ରକଳ୍ପରେ ଏହି ଦୁର୍ନୀତିର ଅଭିଯୋଗ  ହୋଇଛି। ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ନିର୍ମାଣରେ ମହାଦୁର୍ନୀତି। ହିତାଧିକାରୀଙ୍କ ନାଁରେ ପ୍ଲାଣ୍ଟ […]

gobara- gash

gobara- gash

Rakesh Mallick
  • Published: Monday, 03 July 2017
  • Updated: 03 July 2017, 10:15 PM IST

Sports

Latest News

ଭୁବନେଶ୍ୱର: ହିତାଧିକାରୀଙ୍କ ନାଁରେ ସବସିଡ୍ ଯାଇଛି। ପ୍ରକଳ୍ପ ମଧ୍ୟ ଚାଲୁ ହୋଇଛି। କିନ୍ତୁ ସବୁ କେବଳ କାଗଜ କଲମରେ। ବାଟମାରଣା ହୋଇଛି ୧ କୋଟି ୭୨ ଲକ୍ଷ ଟଙ୍କା। ସୁନ୍ଦରଗଡ଼ ଜିଲ୍ଲାରେ ଗୋବର ଗ୍ୟାସ୍ ପ୍ରକଳ୍ପରେ ହୋଇଥିବା ଦୁର୍ନୀତିରୁ ଏହି ତଥ୍ୟ ମିଳିଛି। କେନ୍ଦ୍ର ସରକାରଙ୍କ ସହାୟତାରେ ଓଡ଼ିଶା ରିନ୍ୟୁଏବଲ୍‌ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଓରେଡ଼ା) ଜରିଆରେ ହୋଇଥିବା ପ୍ରକଳ୍ପରେ ଏହି ଦୁର୍ନୀତିର ଅଭିଯୋଗ  ହୋଇଛି।

ଗୋବର ଗ୍ୟାସ୍ ପ୍ଲାଣ୍ଟ୍ ନିର୍ମାଣରେ ମହାଦୁର୍ନୀତି। ହିତାଧିକାରୀଙ୍କ ନାଁରେ ପ୍ଲାଣ୍ଟ ହୋଇଛି। ସବ୍‌ସିଡି ବାବଦରେ ଚେକ୍ ବି ମିଳିଛି। କିନ୍ତୁ ଅସଲରେ ସେମାନଙ୍କ ବାଡ଼ିରେ ପ୍ଲାଣ୍ଟ ନାହିଁ କି ରୋଷେଇ ଘରକୁ ଗ୍ୟାସ ସଂଯୋଗ ହୋଇନି। ଏପଟେ କିନ୍ତୁ କାଗଜପତ୍ରରେ ସବୁ ଓକେ।

ଓରେଡ଼ା ୱେବସାଇଟ୍‌ରେ ରହିଛି ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ କରମଡିହି ପଞ୍ଚାୟତ ରସରାଜପୁର ଗାଁର ଦସରୁ ଟପ୍ପୋଙ୍କ ନାଁ। ତାଙ୍କ ନାଁ ଗୋବର ଗ୍ୟାସ ପ୍ରକଳ୍ପ ହୋଇଛି। ଏଥିପାଇଁ ୨୦୧୩ ମେ’ ୯ ତାରିଖରେ ଦସରୁ ସବ୍‌ସିଡି ବାବଦକୁ ୮,୦୦୦ ଟଙ୍କା ପାଇଥିବା ଓରେଡ଼ା ୱେବସାଇଟ୍‌ର ତଥ୍ୟ ରହିଛି। ପ୍ରକୃତରେ ତାଙ୍କର କୌଣସି ଗୋବର ଗ୍ୟାହ ପ୍ଲାଣ୍ଟ ହୋନାହିଁ।

ସେହିଭଳି ଓରେଡାର ୩୪୩ ନମ୍ବର ସିରିଏଲରେ ରହିଛନ୍ତି ରମେଶ ଟପ୍ପୋ। ସମାନ ତାରିଖରେ ସେ ବି ଚେକ୍ ନେବା ସହ ପ୍ଲାଣ୍ଟ ଚାଲୁ ହୋଇଥିବା ଦର୍ଶାଇଯାଇଛି। ହେଲେ ହିତାଧିକାରୀଙ୍କୁ ଆକାଉଣ୍ଟକୁ ନା ଯାଇଛି ଟଙ୍କା ନା ବସିଛି ଗୋବର ଗ୍ୟାସ ପ୍ଲାଣ୍ଟ୍।

ସଦର ବ୍ଲକ ମସ୍ନିକାନୀ ପଞ୍ଚାୟତର କୁଡ଼ାବଗା ପତ୍ରାପାଲି ଗାଁରେ ଏମିତି ଠକାମୀରେ ଶିକାର ହୋଇଛନ୍ତି ଅନେକ ହିତାଧିକାରୀ। ୨୦୧୧-୧୨ ମସିହାରେ ଏହି ଗାଁରେ ପ୍ରକଳ୍ପ ନିର୍ମାଣ କରୁଥିବା ଏଜେନ୍ସି କହିଥିଲା ଗୋବର ଗ୍ୟାସ ପ୍ଲାଣ୍ଟ ନିର୍ମାଣ କଲେ ଲୋକଙ୍କୁ ଚୁଲା, ପାଇପ୍, ବ୍ୟାଟେରୀ, ଆଉ ବଲ୍‌ ମିଳିବ। ଏପରିକି ପ୍ରକଳ୍ପ ବାବଦକୁ ସବ୍‌ସିଡି ଦିଆଯିବ। ଲୋକେ ନିଜେ ଗାତ ଖୋଳି ଚାମ୍ବର ତିଆରି ସହ ବାକି କାମ ମଧ୍ୟ କରିଥିଲେ। କିନ୍ତୁ ତା’ ପରେ ଏଜେନ୍ସିର ଆଉ ଦେଖା ମିଳିନଥିଲା। ସେବୁଠି ପ୍ରକଳ୍ପ ଅଧାରେ ରହିଛି ଧୂଆଁ ମୁକ୍ତା ଚୂଲାର ସ୍ୱପ୍ନ।

ସୁନ୍ଦରଗଡ଼ ପିଡି ଡିଆରଡିଏ ଭୂମେଶ ଚନ୍ଦ୍ର ବେହେରା କହିଛନ୍ତି-“ଗୋବର ଗ୍ୟାସ ପ୍ରକଳ୍ପ ନେଇ କୌଣସି ଅଭିଯୋଗ ହୋଇଛି। ଯଦି ଅଭିଯୋଗ ହୁଏ ତାହାହେଲେ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos