ସ୍ମାର୍ଟ୍‌ ଫୋନ୍‌ରେ ରହିବ ରାଜଧାନୀର ବରିଷ୍ଠ ନାଗରିକଙ୍କ ତଥ୍ୟ

ଭୁବନେଶ୍ୱର: ଥାନାକୁ ନ ଯାଇ ମଧ୍ୟ ଯେ କୌଣସି ପ୍ରକାର ସାହାଯ୍ୟ ପାଇଁ ସ୍ମାର୍ଟ୍‌ ଫୋନ ଜରିଆରେ ପୋଲିସ ନିକଟରେ ପହଞ୍ଚି ପାରିବେ ପଞ୍ଜୀକୃତ ବରିଷ୍ଠ ନାଗରିକ। ସ୍ମାର୍ଟ ଫୋନ୍‌ କିଣିବାକୁ ଟେଣ୍ଡର ଆହ୍ୱାନ କରିଛି କମିଶନରେଟ୍‌ ପୋଲିସ। ଏଥିପାଇଁ ପ୍ରତି ଥାନାରେ ଦୁଇଜଣ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ। ଏହି ଅଧିକାରୀମାନଙ୍କୁ ଶୀଘ୍ର ବାଇକ୍‌ ଓ ମୋବାଇଲ୍‌ ଉପଲବ୍ଧ କରାଯିବା ବୋଲି ପୋଲିସ କମିଶନର୍‌ କହିଛନ୍ତି। ବର୍ତ୍ତମାନ ରାଜଧାନୀରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢିବାରେ ଲାଗିଛି । […]

comission-police

comission-police

Rakesh Mallick
  • Published: Tuesday, 14 March 2017
  • Updated: 14 March 2017, 09:57 PM IST

Sports

Latest News

ଭୁବନେଶ୍ୱର: ଥାନାକୁ ନ ଯାଇ ମଧ୍ୟ ଯେ କୌଣସି ପ୍ରକାର ସାହାଯ୍ୟ ପାଇଁ ସ୍ମାର୍ଟ୍‌ ଫୋନ ଜରିଆରେ ପୋଲିସ ନିକଟରେ ପହଞ୍ଚି ପାରିବେ ପଞ୍ଜୀକୃତ ବରିଷ୍ଠ ନାଗରିକ। ସ୍ମାର୍ଟ ଫୋନ୍‌ କିଣିବାକୁ ଟେଣ୍ଡର ଆହ୍ୱାନ କରିଛି କମିଶନରେଟ୍‌ ପୋଲିସ। ଏଥିପାଇଁ ପ୍ରତି ଥାନାରେ ଦୁଇଜଣ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯିବ। ଏହି ଅଧିକାରୀମାନଙ୍କୁ ଶୀଘ୍ର ବାଇକ୍‌ ଓ ମୋବାଇଲ୍‌ ଉପଲବ୍ଧ କରାଯିବା ବୋଲି ପୋଲିସ କମିଶନର୍‌ କହିଛନ୍ତି।

ବର୍ତ୍ତମାନ ରାଜଧାନୀରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ପ୍ରତି ଥାନର ନୋଡାଲ୍‌ ଅଫିସରଙ୍କୁ ଏକ ପୁସ୍ତିକା ପ୍ରଦାନ କରାଯିବ। ଏହି ପୁସ୍ତିକାରେ ସେମାନେ ବରିଷ୍ଠ ନାଗରିକଙ୍କ ସମ୍ପର୍କରେ ତଥ୍ୟ ଲିପିବଦ୍ଧ କରିବେ। ଏହାଦ୍ୱାରା ବରିଷ୍ଠ ନାଗରିକ ଅଧିକ ସୁରକ୍ଷିତ ହୋଇପାରିବେ ବୋଲି ପୋଲିସ କମିଶନର କହିଛନ୍ତି। କମିଶନରେଟ୍‌ ପୋଲିସର ଏହିଭଳି ସାମାଜିକ ସମ୍ପର୍କ ସ୍ଥାପନ ଦ୍ୱାରା ସମାଜରେ ଅନେକ ପରିବର୍ତ୍ତନ ହୋଇପାରିବ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos