ଦ୍ୱୈତ୍ୟନଗରୀରେ ବାଣ ଦୋକାନ ଉପରେ କଟକଣା

ଭୁବନେଶ୍ୱର/କଟକ: ଦୀପାବଳୀ ପୂର୍ବରୁ ଭୁବନେଶ୍ୱର ଓ କଟକରେ ବାଣ ଦୋକାନ କରିବା ନେଇ କମିଶନରେଟ୍‌ ପୋଲିସ୍‌ କଟକଣା ଲଗାଇଛି। ଦୋକାନ,ବଜାର ଓ ବସ୍ତି ଆଦି ଜନଗହଳି ସ୍ଥାନରେ କୌଣସି ବାଣ ଦୋକାନ କରାଯାଇପାରିବ ନାହିଁ। କେବଳ ଖୋଲା ସ୍ଥାନରେ ବାଣ ବିକ୍ରି କରିବାକୁ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଡ଼ିଏ, ବିଏମ୍‌ସି ଓ ସିଏମସି ଯାଗା ହୋଇଥିଲେ ସଂପୃକ୍ତ ସଂସ୍ଥା କର୍ତ୍ତୃପକ୍ଷଙ୍କ ଅନୁମତି ନେବାକୁ ପଡ଼ିବ ବୋଲି ପୋଲିସ୍ କମିଶନର ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ଅଗ୍ନିଶମ ବିଭାଗ ଏବଂ ପୋଲିସ୍‌ ଅନୁମତି ମଧ୍ୟ ଜରୁରୀ ବୋଲି ପୋଲିସ୍‌ କମିଶନର କହିଛନ୍ତି।