ଦେବଦଳନ ରଥର ତୁମ୍ଭ ଏବଂ ପହିରେ ଫାଟ
ପୁରୀ(ମଧୁସୂଦନ ମିଶ୍ର): ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣା ପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ। ଏହି ସମୟରେ ଦେବଦଳନ ରଥ ଚକର ତୁମ୍ଭ ଏବଂ ପହିର ଲକ୍ ପାଖରେ ଏକ ବିରାଟ୍ ଫାଟ ଥିବା ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଅଖ କାଠରେ ଫାଟ ଥିବା ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଥିଲା।
https://youtu.be/BSgumb0Y6W4
Ordigital Desk
• Published: Monday, 21 May 2018
• Updated: 21 May 2018, 08:35 AM IST
Sports
Latest News
ପୁରୀ(ମଧୁସୂଦନ ମିଶ୍ର): ନନ୍ଦିଘୋଷ ରଥ ପରେ ଏବେ ପୁଣି ସାମ୍ନାକୁ ଆସିଛି ଦେବଦଳନ ରଥ ନିର୍ମାଣରେ ତ୍ରୁଟି। ଏହି ରଥ ଚକର ତୁମ୍ଭ ଏବଂ ପହିରେ ଫାଟ ଜଣା ପଡ଼ିଥିବାରୁ ଏହାକୁ ଫେରାଇ ଦେଇଛନ୍ତି ରଥ ନିର୍ମାଣ କମିଟିର ପିଡବ୍ଲୁଡି ନିର୍ବାହୀ ଯନ୍ତ୍ରୀ ପି.କେ.ଦାସ। ରଥଖଳାକୁ ଆସି ସେ ତିନି ରଥର ମହାରଣା, ଭୋଇ ସର୍ଦ୍ଦାର ଏବଂ ରଥର ଅମିନଙ୍କ ଉପସ୍ଥିତିରେ ତନ୍ନ ତନ୍ନ କରି ଯାଞ୍ଚ କରିବା ପରେ ଏହାକୁ ଫେରାଇ ଦେଇଥିଲେ। ଏହି ସମୟରେ ଦେବଦଳନ ରଥ ଚକର ତୁମ୍ଭ ଏବଂ ପହିର ଲକ୍ ପାଖରେ ଏକ ବିରାଟ୍ ଫାଟ ଥିବା ଜଣାପଡ଼ିଥିଲା।
ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନନ୍ଦିଘୋଷ ଓ ତାଳଧ୍ୱଜ ରଥର ଅଖ କାଠରେ ଫାଟ ଥିବା ମଧ୍ୟ ସାମ୍ନାକୁ ଆସିଥିଲା। ଏହାପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦୁର୍ବଳ ଅଖ କାଠକୁ ବଦଳା ଯାଇଥିଲା। ସେହିପରି ତାଳଧ୍ୱଜ ରଥର ଦୁର୍ବଳ ଥିବା ୪୦ ଫୁଟିଆ ଧଉରା କାଠକୁ ମଧ୍ୟ ବଦଳାଯାଇଥିଲା।
https://youtu.be/BSgumb0Y6W4
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos