ହୁସିଆର ! ବିନା ବୈଧ ସାର୍ଟିଫିକେଟରେ ନିଯୁକ୍ତି ଦେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବୈଧ ସାର୍ଟିଫିକେଟ ନ ଥାଇ ନିଯୁକ୍ତି ଦେଉଥିବା ଏଜେଣ୍ଟ ମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ।  ଏଜେଣ୍ଟମାନଙ୍କୁ ୨ ବର୍ଷ ଜେଲ୍ ସହ  ୨ ହଜାର ଟଙ୍କା ଜରିମାନା ଆଦାୟ କରାଯିବ।  ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।  ବିଭିନ୍ନ ସମୟରେ ମଧ୍ୟ ପ୍ରାଚ୍ୟ ଓ ଦକ୍ଷିଣଏସୀୟ ଦେଶରେ ନିଯୁକ୍ତି ନାଁରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ଆସୁଛି। ସେଠାରେ କାମ କରିବାକୁ ଯାଉଥିବା ଶ୍ରମିକମାନେ ନିର୍ଯାତନାର ଶିକାର ହେଉଛନ୍ତି।

ତେଣୁ ବୈଧ ସାର୍ଟିଫିକେଟ ନ ଥିବା ଏଜେଣ୍ଟଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ପଦକ୍ଷେପ ନିଆଯାଇଛି ବୋଲି ବି.କେ. ଶର୍ମା ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଡିଜି ବି.କେ.ଶର୍ମା। ଏ ନେଇ ସେ ଟ୍ୱିଟ୍ ଯୋଗେ ସେ ସୂଚନା ଦେଇଛନ୍ତି।