ଯୋଜନା ଅସଲି, ଶିକ୍ଷକ ନକଲି: କ୍ରାଇମବ୍ରାଞ୍ଚକୁ ତଦନ୍ତ ଦାୟିତ୍ୱ

ଭୁବନେଶ୍ୱର: ଯୋଜନା ଅସଲି କିନ୍ତୁ ଶିକ୍ଷକ ନକଲି। ରାଜ୍ୟ ସରକାରଙ୍କ ଉଜ୍ଜ୍ୱଳ ଯୋଜନାରେ ଏକ ନକଲି ସଂସ୍ଥା ସ୍କୁଲରେ ଶିକ୍ଷକ ନିଯୁକ୍ତି କରିଥିବା ଜଣାପଡିବା ପରେ ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅକଲ ଗୁଡୁମ ହୋଇଯାଇଛି। ସରକାରଙ୍କ ଚିଠିକୁ ଜାଲ କରି ଡିଏଲ୍ଏଫ୍ଏସ୍ ସଂସ୍ଥା କିପରି କିଛି ସ୍କୁଲରେ ଶିକ୍ଷକ ନିଯୁକ୍ତି କଲା ତାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଶିକ୍ଷାରେ ଅପେକ୍ଷାକୃତ ଦୁର୍ବଳ ପିଲାଙ୍କ ପାଇଁ ସରକାର ଆରମ୍ଭ କରିଥିବା ଉଜ୍ଜ୍ୱଳ ଯୋଜନା […]

fake teacher123

fake teacher123

Rakesh Mallick
  • Published: Thursday, 27 July 2017
  • Updated: 27 July 2017, 08:57 PM IST

ଭୁବନେଶ୍ୱର: ଯୋଜନା ଅସଲି କିନ୍ତୁ ଶିକ୍ଷକ ନକଲି। ରାଜ୍ୟ ସରକାରଙ୍କ ଉଜ୍ଜ୍ୱଳ ଯୋଜନାରେ ଏକ ନକଲି ସଂସ୍ଥା ସ୍କୁଲରେ ଶିକ୍ଷକ ନିଯୁକ୍ତି କରିଥିବା ଜଣାପଡିବା ପରେ ଏବେ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅକଲ ଗୁଡୁମ ହୋଇଯାଇଛି। ସରକାରଙ୍କ ଚିଠିକୁ ଜାଲ କରି ଡିଏଲ୍ଏଫ୍ଏସ୍ ସଂସ୍ଥା କିପରି କିଛି ସ୍କୁଲରେ ଶିକ୍ଷକ ନିଯୁକ୍ତି କଲା ତାର ତଦନ୍ତ କରିବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛି ବିଭାଗ। ଶିକ୍ଷାରେ ଅପେକ୍ଷାକୃତ ଦୁର୍ବଳ ପିଲାଙ୍କ ପାଇଁ ସରକାର ଆରମ୍ଭ କରିଥିବା ଉଜ୍ଜ୍ୱଳ ଯୋଜନା ଭିତରକୁ ଠକ ସଂସ୍ଥା କିପରି ପଶିଲା ତାର ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଛି।

ସ୍କୁଲରେ ପଢ଼ଉଛନ୍ତି ନକଲି ଶିକ୍ଷକ। ଖବର ଯେତିକି ରୋଚକ ସେତିକି ସାଘାଂତିକ। ହେଲେ ଏମିତି କେମିତି ହେଲା। କିଏ ଦେଲା ନକଲି ନିଯୁକ୍ତି? ଏକ ସରକାରୀ କାର୍ଯ୍ୟକ୍ରମରେ ଏସବୁର ପୋଲ୍ ଖୋଲିଛନ୍ତି ଖୋଦ୍ ଶିକ୍ଷା ବିଭାଗର ଜଣେ ଉଚ୍ଚପଦସ୍ତ ଅଧିକାରୀ। ଜିଲ୍ଲା ଶିକ୍ଷା ଅଧିକାରୀ ଓ ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ଅଧିକାରୀଙ୍କ ବୈଠକରେ ଉଠିଥିଲା ଜଣେ ନକଲି ଶିକ୍ଷକଙ୍କ ନିଯୁକ୍ତି ପ୍ରସଙ୍ଗ।

ଡିଲିଜେନସ ଲର୍ଣିଂ ଫୋକସ ସୋସାଇଟି(ଡିଏଲ୍ଏଫ୍ଏସ୍) ସଂସ୍ଥା କିଛି ସ୍ଥାନରେ ନକଲି ଶିକ୍ଷକ ନିଯୁକ୍ତି ଦେଇଛି। କେବଳ ସେତିକି ନୁହେଁ ଏହି ସଂସ୍ଥା ସରକାରଙ୍କ ଏକ ଜାଲ ଚିଠି ମଧ୍ୟ ପ୍ରସ୍ତୁତ କରି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପାଖକୁ ପଠାଇଛି। ଏଥିରେ ଦସ୍ତଖତ ଅଛି ସ୍କୁଲ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବଙ୍କର। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏ କଥା ଜାଣିବା ପରେ କୌଣସି ଅନଧିକୃତ ଶିକ୍ଷକଙ୍କୁ ସ୍କୁଲରେ ପଢ଼ାଇବାକୁ ଅନୁମତି ନଦେବାକୁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି ଲେଖିଥିଲେ।

ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି-“ଯଦି କେହି ଜାଲ ନିଯୁକ୍ତି ଦେଇଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସଂସ୍ଥାରୁ ନକଲି ନିଯୁକ୍ତିପତ୍ର ନେଇ ଠକାମୀର ଶିକାର ହୋଇଥିବା ଜଣେ ଯୁବକଙ୍କୁ ରାୟଗଡ଼ାରେ ଠାବ କରିଥିଲା ଓଟିଭି ଟିମ୍। ୨୦ ହଜାର ଟଙ୍କା ଦେବା ପରେ ନିଯୁକ୍ତିପତ୍ର ପାଇଥିବା ଠକାମୀରେ ଶିକାର ହୋଇଥିବା ଯୁବକ ଜଣକ କହିଥିଲେ।

ପାଠରେ ଅପେକ୍ଷାକୃତ ଦୁର୍ବଳ ପିଲାଙ୍କୁ ଠାବ କରି ସେମାନଙ୍କୁ ଉନ୍ନତ ଶୈଳିରେ ପାଠ ପଢାଇବା ପାଇଁ ସରକାର ଗତ ବର୍ଷ ଆରମ୍ଭ କରିଥିଲେ ଉଜ୍ଜ୍ୱଳ ଯୋଜନା। ଏବେ ୯ ଲକ୍ଷ  ୮୪ ହଜାର ପିଲାଙ୍କୁ ଏହି ଯୋଜନାରେ ଶିକ୍ଷା ଦିଆଯାଉଛି। ତେବେ ଏ ଯୋଜନା ଭିତରେ କିପରି ନକଲି ସଂସ୍ଥା ପଶିଲା ତାକୁ ନେଇ ବିଭାଗ ଚିନ୍ତାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story