ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): କୁନ୍ଦୁଲି ମାମଲାର ତଦନ୍ତ ସାରି କ୍ରାଇମ୍ବ୍ରାଞ୍ଚ ଟିମ୍ ଫେରିଛି। ଜଣେ ଏସ୍ପିଙ୍କ ସହ ଯାଇଥିବା ୪ ଜଣିଆ କ୍ରାଇମ୍ବ୍ରାଞ୍ଚ ଟିମ୍ କୁନ୍ଦୁଲି, ପଟାଙ୍ଗୀ ଓ କୋରାପୁଟରେ ତଦନ୍ତ କରିଛି। ସେହିପରି ଗତକାଲିଠୁ ବିଜେପିର କେନ୍ଦ୍ରୀୟ ମହିଳା ଟିମ୍ ଦୁଇ ଦିନିଆ କୁନ୍ଦୁଲି ଗସ୍ତ କରିଛି। ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ସରୋଜ ପାଣ୍ଡେଙ୍କ ନେତୃତ୍ୱରେ ୩ ଜଣିଆ ପ୍ରତିନିଧି ଦଳ କୁନ୍ଦୁଲି ଯାଇଛନ୍ତି। ଏହି ଟିମ୍ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ରିପୋର୍ଟ ଦେବ।
ଅନ୍ୟପକ୍ଷରେ କୁନ୍ଦୁଲି ଘଟଣାର ତଦନ୍ତ ପାଇଁ ୫ ତାରିଖରେ ଓଡ଼ିଶା ଆସିବ ଜାତୀୟ ମାନବାଧିକାର କମିଶନ ବା ଏନ୍ଏଚ୍ଆରସି ଟିମ୍। ଡିଏସ୍ପି ରବି ସିଂହଙ୍କ ନେତୃତ୍ୱରେ ଆସିବାକୁ ଥିବା ଏହି ଟିମରେ ଆଉ ୩ଜଣ ଅଧିକାରୀ ରହିବେ। ସେମାନେ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହି ଘଟଣାର ତଦନ୍ତ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।