କୁନ୍ଦୁଲି ମାମଲା: କୋରାପୁଟ୍‌ରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍‌

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ପାଇଁ ପୁଣି ଥରେ କୋରାପୁଟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଆଜି କୋରାପୁଟରେ ପହଞ୍ଚିଛନ୍ତି। ସେଠାରେ ସେମାନେ ଅଭିଯୋଗକାରିଣୀଙ୍କୁ ପୁଣି ଥରେ ଭେଟିବା ସହ ପରିବାର ଲୋକ ଏବଂ ଡାକ୍ତରୀ ଟିମ୍ ସହ ଆଲୋଚନା କରିପାରନ୍ତି। ଗତକାଲି ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଜଣେ ଜିଲ୍ଲା ଜଜ୍ ଘଟଣାର ଯାଞ୍ଚ […]

koraput-rape.13-3

koraput-rape.13-3

Rakesh Mallick
  • Published: Thursday, 09 November 2017
  • Updated: 09 November 2017, 10:57 PM IST

Sports

Latest News

କୋରାପୁଟ (ଓଡ଼ିଶା ରିପୋର୍ଟର): କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାର ତଦନ୍ତ ପାଇଁ ପୁଣି ଥରେ କୋରାପୁଟରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ଆଜି କୋରାପୁଟରେ ପହଞ୍ଚିଛନ୍ତି। ସେଠାରେ ସେମାନେ ଅଭିଯୋଗକାରିଣୀଙ୍କୁ ପୁଣି ଥରେ ଭେଟିବା ସହ ପରିବାର ଲୋକ ଏବଂ ଡାକ୍ତରୀ ଟିମ୍ ସହ ଆଲୋଚନା କରିପାରନ୍ତି।

ଗତକାଲି ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଜଣେ ଜିଲ୍ଲା ଜଜ୍ ଘଟଣାର ଯାଞ୍ଚ କରିବେ। ଏହାସହ ସମାନ୍ତରାଳ ଭାବେ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ନାବାଳିକାଙ୍କୁ ଦୁଷ୍କର୍ମ ହୋଇନାହିଁ ବୋଲି ଏଚ୍‌ଆରପିସି ଏଡିଜି ମନ୍ତବ୍ୟ ଦେବା ପରେ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲାକୁ ନେଇ ବିବାଦ ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos