ଏନ୍ଏସିର ପୂର୍ବତନ ଅଧ୍ୟକ୍ଷଙ୍କ ଗାଡ଼ିରେ ବୁଲୁଥିଲେ ଦୁର୍ଦ୍ଦାନ୍ତ ଅପରାଧୀ!

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଶିକାର କରିବାକୁ ଆସି ଶିକାର ହୋଇଗଲେ ଦୁର୍ବୃତ୍ତ। ଗୋଡ଼ରେ ବାଜିଲା ପୋଲିସ ଗୁଳି। ଆଉ ଏବେ ପୋଲିସ ଜନ୍ତାରେ ଦୁର୍ଦ୍ଦାନ୍ତ ସୁପାରି କିଲର ତଥା ପୂର୍ବତନ ପିଏଲ୍‌ଏଫ୍‌ଆଇ ବବଲୁ ପାଶୱାନ। ଆଜି ତାହାର ପଲିଟିକାଲ୍ ଲିଙ୍କ ଥିବା ସାମ୍ନାକୁ ଆସିଛି। ଗତ ନଭେମ୍ବର ୬ ତାରିଖରେ ସଂଘଟିତ ପ୍ରତାପ ପଲେଇ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ବବଲୁ ଗଞ୍ଜାମ ଆସିଥିଲା। ସେ ନିଜର ସାଥୀଙ୍କ ସହିତ ଯେଉଁ କାରରେ କୋର୍ଟ ଅଭିମୁଖେ ଆସୁଥିଲା, ସେହି […]

b.pur-encounter

b.pur-encounter

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 07:56 PM IST

Sports

Latest News

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଶିକାର କରିବାକୁ ଆସି ଶିକାର ହୋଇଗଲେ ଦୁର୍ବୃତ୍ତ। ଗୋଡ଼ରେ ବାଜିଲା ପୋଲିସ ଗୁଳି। ଆଉ ଏବେ ପୋଲିସ ଜନ୍ତାରେ ଦୁର୍ଦ୍ଦାନ୍ତ ସୁପାରି କିଲର ତଥା ପୂର୍ବତନ ପିଏଲ୍‌ଏଫ୍‌ଆଇ ବବଲୁ ପାଶୱାନ। ଆଜି ତାହାର ପଲିଟିକାଲ୍ ଲିଙ୍କ ଥିବା ସାମ୍ନାକୁ ଆସିଛି।

ଗତ ନଭେମ୍ବର ୬ ତାରିଖରେ ସଂଘଟିତ ପ୍ରତାପ ପଲେଇ ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ବବଲୁ ଗଞ୍ଜାମ ଆସିଥିଲା। ସେ ନିଜର ସାଥୀଙ୍କ ସହିତ ଯେଉଁ କାରରେ କୋର୍ଟ ଅଭିମୁଖେ ଆସୁଥିଲା, ସେହି କାର୍ ଆସ୍କା ଏନ୍ଏସିର ପୂର୍ବତନ ଅଧ୍ୟକ୍ଷ ସୂର୍ଯ୍ୟ ପଲାଇଙ୍କର ବୋଲି ଜଣାପଡ଼ିଛି।

ଅଭିଯୋଗରୁ ପ୍ରକାଶ, ପ୍ରତାପ ପଲାଇ ହତ୍ୟାକାଣ୍ଡରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ରବି ନାହାକକୁ ହତ୍ୟା ପାଇଁ ୨ ଜଣ ସହଯୋଗୀଙ୍କ ସହ ବବଲୁ ଝାଡ଼ଖଣ୍ଡରୁ ଆସୁଥିଲା। ଏଥିପାଇଁ ସେ ସୁପାରୀ ବାବଦକୁ ଅଗ୍ରୀମ ୩ ଲକ୍ଷ ଟଙ୍କା ନେଇଥିଲା। ହତ୍ୟା ପରେ ଆଉ ୪ ଲକ୍ଷ ଟଙ୍କା ନେଇଥାଆନ୍ତା ଅଭିଯୋଗ ହେଉଛି। ଏହି ହତ୍ୟାକାଣ୍ଡ ଭିଆଇବା ପାଇଁ ବବଲୁ ଗତ ୭ ତାରିଖ ଅପରାହ୍ନ ୪ଟାରେ ଭଂଜନଗରର ଏକ ଲଜ ‘ଓମ୍ ଭବନ’ରେ ରହିଥିଲେ। ଯୋଜନା ମୁତାବକ ଗତକାଲି ରବି ଜେଲରୁ କୋର୍ଟକୁ ଫେରିବା ରାସ୍ତାରେ ଏମାନେ ଗୁଳିକରି ହତ୍ୟା କରି ଥାଆନ୍ତେ। କୌଣସି ସୂତ୍ରରୁ ପୋଲିସ ଜାଣିପାରି ପୃଥକ ସ୍ଥାନରେ ଏନ୍‌କାଉଣ୍ଟର କରିଥିଲା। ଫଳରେ ୩ ଜଣଙ୍କ ମଧ୍ୟରୁ ୨ ଜଣ ଏନ୍‌କାଉଣ୍ଟର ଆହତ ଅବସ୍ଥା ଧରାପଡ଼ିଥିଲେ। ଘଟଣାର ତଦନ୍ତ ଜାରି ରହିଥିବା ବେଳେ ପୋଲିସ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛି। ଅନ୍ୟପକ୍ଷରେ ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ସୂର୍ଯ୍ୟ ପଲାଇଙ୍କର ମଧ୍ୟ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos