କଟକ ଷ୍ଟେସନରୁ ଦୁଇ ଶିଶୁ ଉଦ୍ଧାର, ଅଭିଯୁକ୍ତ ଗିରଫ

କଟକ: ବଡ଼ବିଲ-ପୁରୀ ପାସେଞ୍ଜରରେ ଦୁଇ ଜଣ ଆଦିବାସୀ ନାବାଳକଙ୍କୁ ଅପହରଣ କରି ନିଆଯାଉଥିବା ବେଳେ କଟକ ରେଳ ଷ୍ଟେସନରେ ଯାତ୍ରୀମାନେ ଉଦ୍ଧାର କରି ଜିଆରପି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହାସହ ପିଲା ଦୁଇଙ୍କୁ ଅପହରଣ କରି ନେଇଥିବା ଅଭିଯୁକ୍ତ ଜଣଙ୍କୁ ମଧ୍ୟ ଧରି ଜିଆରପି ଜିମା ଦେଇଛନ୍ତି। ଏ ନେଇ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଜିଆରପି ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରା କହିଛନ୍ତି, “ଦୁଇ ନାବାଳକଙ୍କ ବୟସ ୧୦ ବର୍ଷ। […]

child rescue

child rescue

Rakesh Mallick
  • Published: Friday, 11 March 2016
  • Updated: 11 March 2016, 05:37 PM IST

Sports

Latest News

କଟକ: ବଡ଼ବିଲ-ପୁରୀ ପାସେଞ୍ଜରରେ ଦୁଇ ଜଣ ଆଦିବାସୀ ନାବାଳକଙ୍କୁ ଅପହରଣ କରି ନିଆଯାଉଥିବା ବେଳେ କଟକ ରେଳ ଷ୍ଟେସନରେ ଯାତ୍ରୀମାନେ ଉଦ୍ଧାର କରି ଜିଆରପି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏହାସହ ପିଲା ଦୁଇଙ୍କୁ ଅପହରଣ କରି ନେଇଥିବା ଅଭିଯୁକ୍ତ ଜଣଙ୍କୁ ମଧ୍ୟ ଧରି ଜିଆରପି ଜିମା ଦେଇଛନ୍ତି। ଏ ନେଇ ଜିଆରପି ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଜିଆରପି ଇନ୍ସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରା କହିଛନ୍ତି, “ଦୁଇ ନାବାଳକଙ୍କ ବୟସ ୧୦ ବର୍ଷ। ସେମାନଙ୍କ ଘର କେନ୍ଦୁଝର ଅଞ୍ଚଳରେ। ଘଟଣା ସମ୍ପର୍କରେ ସେମାନଙ୍କ ପରବାର ଲୋକଙ୍କୁ ଅବଗତ କରାଯାଇଛି। ଏବେ ପିଲା ଦୁଇଜଣ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ହେପାଜତରେ ରହିଛନ୍ତି। ସେମାନଙ୍କ ପରିବାର ଲୋକେ ପହଞ୍ଚିବା ପରେ ପିଲା ଦୁଇଙ୍କୁ ହସ୍ତାନ୍ତର କରାଯିବ। ସେହିପରି ଅଭିଯୁକ୍ତ କୋଷଧର ସୋରେନର ଘର ମଧ୍ୟ କେନ୍ଦୁଝର ଜିଲ୍ଲାରେ, ତାକୁ ଗିରଫ କରାଯାଇଛି।”

ପାରାଦୀପ ପବ୍ଲିକ ସେକ୍ଟର ୟୁନିଟ୍‌ରେ ଲେବର କଣ୍ଟ୍ରାକ୍ଟର ଭାବେ କାମ କରୁଥିବା କୋଷଧର ଜୋଡ଼ା ରେସିଡେଣ୍ଟାଲ ସ୍କୁଲରେ ୫ମ ଶ୍ରେଣୀରେ ପଢ଼ୁଥିବା ପିଲା ଦୁଇଜଣଙ୍କୁ ହେଲିକପ୍ଟରରେ ବୁଲାଇବାକୁ ପ୍ରଲୋଭନ ଦେଖାଇ ନେଇ ଆସିଥିବା ଜିଆରପିର ଜଣେ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos