କୋଣାର୍କ ମନ୍ଦିରରେ ସାଦା ପଥର ଖଞ୍ଜାଯିବା ଘଟଣାର ତଦନ୍ତ ଆରମ୍ଭ

କୋଣାର୍କ(ସଞ୍ଜୟ ପତି): ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସଂପନ୍ନ କିର୍ତ୍ତୀରାଜିକୁ ବଦଳାଇ ତା ସ୍ଥାନରେ ସାଦା ପଥର ଖଞ୍ଜାଯିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ କୋଣାର୍କ ଯାଇ ମନ୍ଦିର ଗର୍ଭର ସ୍ଥିତି ଅନୁଧ୍ୟାନ କରିଥିଲେ। ବିଶେଷକରି ନାଟ୍ୟ ମଣ୍ଡପ ମୁଖଶାଳାର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସହ ଯାହାକୁ ନେଇ ବିବାଦ ଉଠିଥିଲା ସେହି ସ୍ଥାନକୁ ଯାଇ ମଧ୍ୟ ଅନୁଧ୍ୟାନ […]

konak00

konak00

Tapaswini Nayak
  • Published: Friday, 14 February 2020
  • Updated: 14 February 2020, 02:31 PM IST

Sports

Latest News

କୋଣାର୍କ(ସଞ୍ଜୟ ପତି): ବିଶ୍ୱ ଐତିହ୍ୟ କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସଂପନ୍ନ କିର୍ତ୍ତୀରାଜିକୁ ବଦଳାଇ ତା ସ୍ଥାନରେ ସାଦା ପଥର ଖଞ୍ଜାଯିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ଗତକାଲି ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ୫ଜଣିଆ ଟିମ୍ କୋଣାର୍କ ଯାଇ ମନ୍ଦିର ଗର୍ଭର ସ୍ଥିତି ଅନୁଧ୍ୟାନ କରିଥିଲେ।

ବିଶେଷକରି ନାଟ୍ୟ ମଣ୍ଡପ ମୁଖଶାଳାର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ୱାର ସହ ଯାହାକୁ ନେଇ ବିବାଦ ଉଠିଥିଲା ସେହି ସ୍ଥାନକୁ ଯାଇ ମଧ୍ୟ ଅନୁଧ୍ୟାନ କରିଥିଲେ। ଏହାସହ କୋଣାର୍କ ଏଏସ୍ଆଇ ମ୍ୟୁଜିୟମରେ ଥିବା କୋଣାର୍କ ମନ୍ଦିରର ବିଭିନ୍ନ ପ୍ରତିମୂର୍ତ୍ତ  ଓ ପୁରୁଣା ଚିତ୍ରର ଅନୁଧ୍ୟାନ କରିଥିଲେ। ଏହି କାମ ୧୯୮୦ ଦଶକ ମଧ୍ୟ ଭାଗରେ ହୋଇଥିଲା।

ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି,“ କୋଣାର୍କ ମନ୍ଦିରର କେଉଁ ସ୍ଥାନରୁ ପଥରୁ ବାହାରିଥିଲା, କେଉଁ ସ୍ଥାନରେ ସାଦା ପଥର ଖଞ୍ଜାଯାଇଛି, ତାହାର ଅନୁଧ୍ୟାନ ପାଇଁ ଆମେ ଆସିଥିଲୁ। ଯାହା ଅନୁଧ୍ୟାନ କଲୁ ଆମେ ଏହି ବିଷୟରେ ଏଏସ୍‌ଆଇଙ୍କ ସହ ଆଲୋଚନା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos