ଧୋଇଗଲା କଲଭର୍ଟ, ଗମନାଗମନ ଠପ୍

ବାଲିଗୁଡ଼ା (ଅଜିତ ନାୟକ): ସାରା ରାଜ୍ୟରେ ଦୁଇ ଦିନ ଧରି ଲଗାଣ ବର୍ଷା ଲାଗି ରହିଛି। ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ୍ ମୁଣ୍ଡିଗଡ଼ ଓ ମୁଣ୍ଡୁଲିପଦରଠାରେ ୫୯ନମ୍ବର ଜାତୀୟ ରାଜପଥର ଦୁଇଟି ଅସ୍ଥାୟୀ କଲଭର୍ଟ ଧୋଇ ହୋଇଯାଇଛି।ଫଳରେ କନ୍ଧମାଳ-କଳାହାଣ୍ଡି ଓ ରାୟଗଡ଼ାକୁ ସମ୍ପୂର୍ଣ୍ଣ ଭାବେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ଅସ୍ଥାୟୀ କଲଭର୍ଟ ଧୋଇ ଯିବାରୁ ରାଜପଥର ଉଭୟ ପାଖରେ ଶତାଧିକ ଯାନବାହନ ଅଟକି ରହିଛି। ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହା ସହିତ ତୁମୁଡିବନ୍ଧ ବ୍ଲକର ଉଭୟ ଲଙ୍କାଗଡ଼ ଓ ମୁଣ୍ଡିଗଡ଼ ପଞ୍ଚାୟତର ଶତାଧିକ ଲୋକେ ତୁମୁଡିବନ୍ଧ ବ୍ଲକ ମୁଖ୍ୟାଳୟକୁ ଆସି ପାରୁନାହାନ୍ତି।

ଜାତୀୟ ରାଜପଥ ର୍ନିମାଣ କରୁଥିବା ଠିକା କମ୍ପାନୀ ଧୋଇ ଯାଇଥିବା ଅସ୍ଥାୟୀ କଲଭର୍ଟ ମରାମତି ଆରମ୍ଭ କରିଥିଲେ ମଧ୍ୟ ତାହା ସମ୍ପୁର୍ଣ୍ଣ ହୋଇ ପାରିନାହିଁ ।