କଟକ: ୨ ନିଖୋଜ ନାବାଳିକା ଭଉଣୀ ଉଦ୍ଧାର

କଟକ: ସାଲେପୁର ପିକୋଳ ଗାଁରୁ ୧୪ ଦିନ ହେବ ନିଖୋଜ ଥିବା ଦୁଇ ନାବାଳିକା ଭଉଣୀଙ୍କୁ କଟକରୁ ଆଜି ପୋଲିସ ଉଦ୍ଧାର କରିଛି। ସେମାନଙ୍କୁ ଅପହରଣ କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତେବେ ପ୍ରାଥମିକ ତଦନ୍ତରୁ ଉଭୟଙ୍କୁ ଅପହରଣ କରାଯାଇ ନ ଥିବା ଓ କୌଣସି କାରଣରୁ ସେମାନେ ଘରୁ ଲୁଚି ପଳାଇ ଆସିଥିବା ଜଣାପଡିଛି ବୋଲି ପୋଲିସ କହିଛି।