ଆଠଗଡ଼: ଅଜଣା ବ୍ୟକ୍ତିର ରକ୍ତାକ୍ତ ମୃତଦେହ ଉଦ୍ଧାର

ଆଠଗଡ଼ : କଟକ ଜିଲ୍ଲା ଆଠଗଡ଼ ଅଞ୍ଚଳର ତରସିଂ ଗାଁ ରାସ୍ତାକଡ଼ରୁ ଆଜି ଜଣେ ଅଜଣା ବ୍ୟକ୍ତିର ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ  ହାତରେ ଗୁଳି ଚିହ୍ନ ଥିବା ବେଳେ ତାଙ୍କ ପାଖରେ ଗୁଳିର ଖୋକା ପଡ଼ିଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।