ବିଚାରପତିଙ୍କ ଘରେ ରାତିରେ ସିବିଆଇ ପଶିବା ମାମଲା: ନୋଟିସର ଜବାବ ଦେବାକୁ ସମୟ ମାଗିଲା କଟକ ବାର୍‌ ଆସୋସିଏସନ୍

କଟକ: ହାଇକୋର୍ଟର ବିଚାରପତିଙ୍କ ବାସଭବନରେ ରାତିଅଧିଆ ସିବିଆଇ ପଶିବା ମାମଲାରେ ସୁପ୍ରିମକୋର୍ଟଙ୍କ ନୋଟିସ୍‌ର ଜବାବ ପାଇଁ ୨ ସପ୍ତାହ ମହଲତ ମାଗିଛି ହାଇକୋର୍ଟ ବାର୍ ଆସୋସିଏସନ୍।  ଗତମାସ ୨୦ ତାରିଖରେ ଜଷ୍ଟିସ ଏମ୍.ଏସ୍.କୁଦ୍ଦୁସୀଙ୍କ ଘର ଭାବି ସିବିଆଇ ଇନସ୍‌ପେକ୍ଟର ପି.କେ. ମିଶ୍ର ଓ ଅନ୍ୟ ୪ ଅଧିକାରୀ ହାଇକୋର୍ଟ ବିଚାରପତି ଜଷ୍ଟିସ ସି.ଆର. ଦାସଙ୍କ କଟକ ସ୍ଥିତ ବାସଭବନକୁ ଯାଇଥିଲେ।  ଏହାକୁ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଏକ ମାମଲା ଦାଏର ହୋଇଥିଲା। ଏଥିସହ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ମଧ୍ୟ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା।  କିନ୍ତୁ ମାମଲାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲା।

ଏହାପରେ ଶୀର୍ଷ କୋର୍ଟ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ ଲଗାଇବା ସହ ବାର୍ ଆସୋସିଏସନକୁ ନୋଟିସ ଜାରି କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।