କଟକ ସ୍ଥିତ ବାସଭବନରେ ଆଜି ପହଞ୍ଚିବ ସହିଦ ଯବାନ ଶିବାଶିଷ ପଣ୍ଡାଙ୍କ ମରଶରୀର

କଟକ: କୋରାପୁଟ ବୈପାରିଗୁଡା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସହିଦ ଶିବାଶିଷ ପଣ୍ଡାଙ୍କ ମରଶରୀର ଆଜି କଟକ ଚାଉଳିଆଗଞ୍ଜ ମୋତିବିହାର ସ୍ଥିତ ତାଙ୍କ ଘରକୁ ଆସିବ। ଏହାପରେ ଶେଷକୃତ୍ୟ ସଂପନ୍ନ ହେବ। ସହିଦ ହେବା ଖବର ପାଇବା ପରଠୁ ଶିବାଶିଷଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଛି।

ଶିବାଶିଷଙ୍କର ୬ ଓ ୩ ବର୍ଷ ବୟସର ଦୁଇ ଝିଅ ଅଛନ୍ତି। ଅସମୟରେ ସାନପୁଅକୁ ହରାଇ ଧୈର୍ଯ୍ୟହରା ହୋଇପଡ଼ିଛନ୍ତି ବାପା ଗଜେନ୍ଦ୍ର ପଣ୍ଡା। ଗତ ରାତିରେ ସ୍ଥାନୀୟ ବିଧାୟକ ପ୍ରଭାତ ବିଶ୍ୱାଳ ଶିବାଶିଷଙ୍କ ପରିବାରକୁ ଭେଟିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ଶୁକ୍ରବାର ବୈପାରୀଗୁଡ଼ା ଥାନା ଅଞ୍ଚଳର ରାମଗିରିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ବିଏସ୍ଏଫ୍ ଯବାନ୍ ଶିବାଶିଷ ଓ ଡେପୁଟି କମାଣ୍ଡାଣ୍ଟ ସୁନୀଲ୍ ବେହେରା ସହିଦ ହୋଇଥିଲେ। କାଳିଆଝୁଲା ଜଙ୍ଗଲରେ ୧୪୩ ବିଏସଏଫ୍ ଯବାନ କମ୍ୱିଂ ଅପରେସନ ଚଳାଇଥିବା ବେଳେ ଏହି ବିସ୍ଫୋରଣ ହୋଇଥିଲା।

ଆହୁରି ପଢ଼ନ୍ତୁ

ଆଇପିଏସ୍ ଅମ୍ରିତ ମୋହନ ଓ ରଣପିସେଙ୍କୁ କେନ୍ଦ୍ରରେ ନୂଆ ଦାୟିତ୍ୱ

ସୁସ୍ଥ ହେଲେ ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ, କେଉଁ ଜିଲ୍ଲାରୁ ଅଧିକ ପଢ଼ନ୍ତୁ?

କରୋନା ଲଢ଼େଇରେ ଜୀବନ ହରାଇଥିବା ଶିକ୍ଷକଙ୍କ ପରିବାରକୁ କେବେ ମିଳିବ ସହାୟତା?

ଶପିଂ କରି ପେମେଣ୍ଟ କଲେନି, କହିଲେ- ରେପ୍‌ କେସ୍‌ରେ ଫସାଇ ଦେବି!

ଭୁବନେଶ୍ୱରରୁ ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ, ୪୯ ଲୋକାଲ୍‌ କେସ

ବେହେରା ସାହିରୁ ଆଉ ୩୮ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତାରେ ସିଏମ୍‌ସି

କରୋନା ପରେ ଅଜଣା ରୋଗ ନେଉଛି ଜୀବନ, ୩ ଦିନରେ ଗଡ଼ିଲାଣି ୪ ମୁଣ୍ଡ

ନୂଆଖାଇ ପାଇଁ ଶଟ୍‌ଡାଉନ୍‌ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ସେପ୍ଟେମ୍ବରରେ କରୋନାର ଖେଳ ଶେଷ!

୯ରୁ ୧୧ ଯାଏ ବର୍ଷା; ୧୨ରୁ ଶୁଖିଲା

ନରସିଂହପୁର ଟାଉନ ଶଟ୍‌ଡାଉନ୍‌

ରାଜ୍ୟରେ ହେବ ଆଉ ୬ଟି ନୂଆ ଥାନା