ଆମ୍ବୁଲାନ୍ସକୁ ରାସ୍ତା ଦେବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କଲେ ସିପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବା ଯୋଗୁ ଏକ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ପୁଲିସ୍‌ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ଜନତା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ପ୍ରତି ବଦାନ୍ୟତା ଦେଖାନ୍ତୁ।  ସେ ଆହୁରି କହିଛନ୍ତି ଯେ ଟ୍ରାଫିକରେ ଫସି ରହିଥିବା ଆମ୍ବୁଲାନ୍ସକୁ ସାଧାରଣ ଲୋକେ ରାସ୍ତା […]

cp

cp

Tapaswini Nayak
  • Published: Wednesday, 12 February 2020
  • Updated: 12 February 2020, 07:34 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ଟ୍ରାଫିକ୍‌ ଜାମ୍‌ରେ ଆମ୍ବୁଲାନ୍ସ ଫସି ରହିବା ଯୋଗୁ ଏକ ପାଞ୍ଚ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ଉଦ୍ଦେଶ୍ୟରେ ପୁଲିସ୍‌ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ଟ୍ୱିଟ୍ କରିଛନ୍ତି।

ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ଯେ ସାଧାରଣ ଜନତା ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ପ୍ରତି ବଦାନ୍ୟତା ଦେଖାନ୍ତୁ।  ସେ ଆହୁରି କହିଛନ୍ତି ଯେ ଟ୍ରାଫିକରେ ଫସି ରହିଥିବା ଆମ୍ବୁଲାନ୍ସକୁ ସାଧାରଣ ଲୋକେ ରାସ୍ତା ଦେବା ସହ ରୋଗୀଙ୍କ ଜୀବନ ବଞ୍ଚାଇବାକୁ କରୁଣାଭାବ ପ୍ରକାଶ କରନ୍ତୁ। ଲୋକଙ୍କ ଜୀବନ ପ୍ରତି ଲୋକେ ଯତ୍ନବାନ ହୁଅନ୍ତୁ।

ସୂଚନାଯୋଗ୍ୟ, ଜଣେ ପାଞ୍ଚ ବର୍ଷର ଶିଶୁକୁ ପ୍ରବଳ ବାନ୍ତି ହେଉଥିଲା। ତାକୁ ପରିବାର ଲୋକେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଅବସ୍ଥା ବିଗୁଡ଼ୁଥିବା ଦେଖି କ୍ୟାପିଟାଲ ହସ୍ପିଟାଲରୁ ତାକୁ କଟକ ଏସସିବି ରେଫର କରିଥିଲେ ଡାକ୍ତର। ହେଲେ ପରିବାର ଲୋକେ ଶିଶୁଟିକୁ ଏସସିବି ନ ନେଇ ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲକୁ ଆମ୍ବୁଲାନ୍ସରେ ଆଣୁଥିଲେ। ତେବେ ରାସ୍ତା ଜାମ୍ ଯୋଗୁ ସହଜରେ ଆମ୍ବୁଲାନ୍ସ ଆସିପାରି ନଥିଲା । ରାସ୍ତାର ବିଭିନ୍ନ ଜାଗାରେ ଆମ୍ବୁଲାନ୍ସଟି ଜାମ୍‌ରେ ଫସି ଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଆମ୍ବୁଲାନ୍ସଟି ରାସ୍ତାରେ ଫସି ରହିବାରୁ ଠିକ୍ ସମୟରେ ଶିଶୁଟି ହସ୍ପିଟାଲ ପହଞ୍ଚିନପାରି ନଥିଲା । ହସ୍ପିଟାଲରେ ପହଞ୍ଚିଲା ବେଳକୁ ଶିଶୁଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟ୍ରାଫିକରେ ଆମ୍ବୁଲାନ୍ସ ଫସି ରହିବା ଯୋଗୁ ଶିଶୁଟିର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos