କଟକ(ଓଡ଼ିଶା ରିପୋର୍ଟର): କଟକ ମହାନଗର ନିଗମ ୭ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି। ଡି ବ୍ରଦର୍ସ ଲିଙ୍କ୍ ମାମଲାରେ ରଂଜିତାଙ୍କୁ ପ୍ରଥମେ ପୋଲିସ୍ ଅଟକ ରଖିଥିଲା। ପରେ ତାଙ୍କୁ ଗିରଫ କରାଯାଇଛି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।
ପୂର୍ବରୁ ରଂଜିତାଙ୍କୁ ଅନେକ ଥର ପୋଲିସ ଜେରା ବି କରିଛି। ଧଳସାମନ୍ତ ଭାଇଙ୍କ ସହ କଣ ଏବଂ କିପରି ସମ୍ପର୍କ ରହିଛି ସେ ନେଇ ପୋଲିସ ଖୋଲତାଡ କରୁଥିବା ସୂଚନା ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।