ସେଡିଲ ଡେଭଲପମେଣ୍ଟ ଇଣ୍ଡିଆର ସମ୍ପତ୍ତି ବାଜ୍ୟାପ୍ତି ନିର୍ଦ୍ଦେଶ

କଟକ: ଚିଟ୍‌ଫଣ୍ଡ ସଂସ୍ଥା ସେଡିଲ ଡେଭଲପମେଣ୍ଟ ଇଣ୍ଡିଆର ସମ୍ପତ୍ତି ବାଜ୍ୟାପ୍ତି ଲାଗି ନିର୍ଦ୍ଦେଶ। କଟକ ସ୍ଥିତ ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂସ୍ଥାର ଢେଙ୍କାନାଳ, ହିନ୍ଦୋଳରେ ଥିବା ୨. ୫୬ ଏକର ଜମି, ବ୍ୟାଙ୍କରେ ଥିବା ୮ ଲକ୍ଷ ୬୦ ହଜାର ଟଙ୍କା ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ସେଡିଲ ଡେଭଲପମେଣ୍ଟ ଇଣ୍ଡିଆର ବାଜ୍ୟାପ୍ତି ସମ୍ପତ୍ତି ନିଲାମରୁ ଯାହା ଆଦାୟ ହେବ ତାହା ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।