ଖାଉଟି କମିଶନଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ବିଜ୍ଞପ୍ତି କାର୍ଯ୍ୟକାରୀ ନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:ରାଜ୍ୟ ଖାଉଟି କମିଶନଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ବିଜ୍ଞପ୍ତିକୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କଞ୍ଜ୍ୟୁମର ବାର ଆସୋସିଏସନ୍‌ର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଖାଉଟି କମିଶନ କଟକରେ କାର୍ଯ୍ୟ କରୁଥିବା ବେଳେ ବ୍ରହ୍ମପୁର ଓ ସମ୍ୱଲପୁରରେ କମିଶନଙ୍କ ସର୍କିଟ ବେଞ୍ଚ ସ୍ଥାପନ ପାଇଁ ଗତ ସେପ୍ଟେମ୍ୱରରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଖାଉଟି କମିଶନରେ ଅଧ୍ୟକ୍ଷଙ୍କ […]

high

high

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 08:50 PM IST

ଭୁବନେଶ୍ୱର:ରାଜ୍ୟ ଖାଉଟି କମିଶନଙ୍କ ସର୍କିଟ ବେଞ୍ଚ ପ୍ରତିଷ୍ଠା ନେଇ ସରକାରଙ୍କ ବିଜ୍ଞପ୍ତିକୁ ଅନ୍ୟାଦେଶ ପର୍ଯ୍ୟନ୍ତ କାର୍ଯ୍ୟକାରୀ ନ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା କଞ୍ଜ୍ୟୁମର ବାର ଆସୋସିଏସନ୍‌ର ଆବେଦନକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ଖାଉଟି କମିଶନ କଟକରେ କାର୍ଯ୍ୟ କରୁଥିବା ବେଳେ ବ୍ରହ୍ମପୁର ଓ ସମ୍ୱଲପୁରରେ କମିଶନଙ୍କ ସର୍କିଟ ବେଞ୍ଚ ସ୍ଥାପନ ପାଇଁ ଗତ ସେପ୍ଟେମ୍ୱରରେ ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ। ଖାଉଟି କମିଶନରେ ଅଧ୍ୟକ୍ଷଙ୍କ ସହ ମୋଟ୍‌ ୩ ଜଣ ସଦସ୍ୟ ଅଛନ୍ତି। ସର୍କିଟ ବେଞ୍ଚ ପାଇଁ ସର୍ବନିମ୍ନ ଦୁଇ ଜଣ ସଦସ୍ୟଙ୍କ ଆବଶ୍ୟକତା ରହିଛି। ସର୍କିଟ ବେଞ୍ଚ ପ୍ରତିଷ୍ଠା ହେଲେ କମିଶନଙ୍କ ମୁଖ୍ୟ କାର୍ଯ୍ୟାଳୟରେ ଶୁଣାଣି ହୋଇପାରିବ ନାହିଁ ଦର୍ଶାଇ ବିଜ୍ଞାପନ ରଦ୍ଦ କରିବାକୁ ବାର ଆସୋସିଏସନ୍‌ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos