ଦୁଇ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

କଟକ: କଟକ ସିଡିଏ ଅଞ୍ଚଳରେ ହୋଇଥିବା ଲୁଟ୍‌ ପାଇଁ ହତ୍ୟା ମାମଲାର ଆଜି ରାୟ ପ୍ରକାଶ ପାଇଛି। ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୧୦,୦୦୦ ଟଙ୍କାର ଜରିମାନା କରିଛନ୍ତି କଟକ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌। ୧୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।

୨୦୧୧ ଜୁନ୍‌ ୫ ତାରିଖରେ ପଶ୍ଚିମବଙ୍ଗ ମୁରାଦାବାଦର ନୱାଜ ଖାନଙ୍କୁ ଲୁଟ୍‌ ପାଇଁ ଅଟକାଇ ଅଭିଯୁକ୍ତମାନେ ହତ୍ୟା କରିଥିଲେ।