ଗଞ୍ଜେଇ ଓ ଅଫିମ ଚାଷ ନିରାକରଣ ନେଇ ବୈଠକ

କଟକ: ରାଜ୍ୟରେ ଗଞ୍ଜେଇ ଓ ଅଫିମ ଚାଷ ନିରାକରଣ ନେଇ ଆଜି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଏଥିରେ ପୋଲିସ୍‌ ଡିଜିପି କେ.ବି. ସିଂହ ଯୋଗ ଦେଇଛନ୍ତି। ଏହାସହିତ ୫ଟି ରେଞ୍ଜର ଡିଆଇଜି ଓ ୧୦ଟି ଜିଲ୍ଲାର ଏସ୍‌ପି ମଧ୍ୟ ଉପସ୍ଥିତ ଅଛନ୍ତି। ଜଙ୍ଗଲ ଓ ନାର୍କ୍ସୋଟିକ୍ସ ବିଭାଗର ଅଧିକାରୀମାନେ ମଧ୍ୟ  ଯୋଗ ଦେଇଛନ୍ତି।