କଟକ: ନିଖୋଜ ଛାତ୍ରଙ୍କ ମୃତଦେହ ମହାନଦୀ ପଠାରୁ ଉଦ୍ଧାର

କଟକ: ଗତ ୨୫ ତାରିଖରୁ ନିଖୋଜ ଥିବା ଜଣେ ଏକାଦଶ ଶ୍ରେଣୀ ଛାତ୍ରଙ୍କ ମୃତଦେହକୁ ଆଜି କଟକର ମହାନଦୀ ସ୍ଥିତ ସିସୋର ଘାଟରୁ ଉଦ୍ଧାର କରାଯାଇଛି। ତାଙ୍କ ନାଁ ନିଶୀଥ ମହାନ୍ତି। ମୃତଦେହଟି ନଦୀ ପଠାରେ ପଡ଼ିଥିବା ବେଳେ ସ୍କୁଲ୍ ବ୍ୟାଗ୍‌ରୁ ତାଙ୍କ ପରିଚୟ ମିଳିଥିଲା। ସେ ସିଡିଏ ସ୍ଥିତ ଡିଏଭି ସ୍କୁଲର ଛାତ୍ର। ୨୫ ତାରିଖରେ ସେ ପିଠାପୁରକୁ ଟ୍ୟୁସନ୍ ଯାଇ ଆଉ ଘରକୁ ଫେରି ନ ଥିଲେ। ସେ ନିଖୋଜ ହୋଇଥିବା ନେଇ ପରିବାର ଲୋକେ ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ।