କଟକ: ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥା କଡାକଡି

କଟକ: ଦୁର୍ଗାପୂଜା ସମୟରେ କଟକ ସହରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରା ସହରରେ ୫୫ ପ୍ଲାଟୁନ ପୋଲିସ ସହ ୩୫୦ ଅଫିସର,୨୮ଟି ଏଡ ପୋଷ୍ଟ,୨୨ଟି ମୋବାଇଲ ପାଟ୍ରୋଲିଂ ଟିମ, ୩ଟି କ୍ୟୁଆରଟି ସହ ୨ଟି ଏସଓଜି ଟିମ୍ ମଧ୍ୟ ରହିବ। ଏହାସହ ଭଷାଣୀ ଶୋଭାଯାତ୍ରା ରୁଟରେ ସିସିଟିଭି ବ୍ୟବସ୍ଥା କରାଯିବ। ସିସିଟିଭିକୁ ମନିଟରିଂ କରିବା ପାଇଁ ୨ଟି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସପ୍ତମୀଠାରୁ […]

rp sharma

rp sharma

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 03:02 AM IST

Sports

Latest News

କଟକ: ଦୁର୍ଗାପୂଜା ସମୟରେ କଟକ ସହରରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ  ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁରା ସହରରେ ୫୫ ପ୍ଲାଟୁନ ପୋଲିସ ସହ ୩୫୦ ଅଫିସର,୨୮ଟି ଏଡ ପୋଷ୍ଟ,୨୨ଟି ମୋବାଇଲ ପାଟ୍ରୋଲିଂ ଟିମ, ୩ଟି କ୍ୟୁଆରଟି ସହ ୨ଟି ଏସଓଜି ଟିମ୍ ମଧ୍ୟ ରହିବ। ଏହାସହ ଭଷାଣୀ ଶୋଭାଯାତ୍ରା ରୁଟରେ ସିସିଟିଭି ବ୍ୟବସ୍ଥା କରାଯିବ। ସିସିଟିଭିକୁ ମନିଟରିଂ କରିବା ପାଇଁ ୨ଟି କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ ସପ୍ତମୀଠାରୁ ସହରରେ ସନ୍ଧ୍ୟା ୫ଟାରୁ ରାତି ୧ଟା ପର୍ଯ୍ୟନ୍ତ ୱାନ ୱେ ବ୍ୟବସ୍ଥା ଲାଗୁ କରାଯିବ।

ସେହିପରି ଟ୍ରାଫିକ ବ୍ୟବସ୍ଥା ଉପରେ କଟାକଣା ଲାଗୁ କରାଯାଇଛି। ହାଓଡା ମଟର ଛକରୁ ମଙ୍ଗଳାବାଗ, ମଙ୍ଗଳାବାଗ ଛକରୁ ବଣିଆସାହି ଆଡକୁ ଆସିପାରିବେ ନାହିଁ । ରାଣୀହାଟ ମୋଚି ସାହି ଛକରୁ ହିନ୍ଦ ସିନେମା ଆଡକୁ ଯାଇପାରିବେ ନାହିଁ। ଛତ୍ରବଜାର ଛକରୁ ବଜ୍ରକବାଟି, ବଜ୍ରକବାଟି ଛକରୁ ରାଣୀହାଟ ଆଡକୁ ଆସିପାରିବେ ନାହିଁ । କେଶରପୁର ବ୍ରିଜପାଖରୁ ବଜ୍ରକବାଟି ଛକ ଆଡକୁ ଆସିପାରିବେ ନାହିଁ। ଦରଘାବଜାର ଉତ୍କଳିକା ଛକ ପାଖରୁ ଫୁଲ ଦେକାନ ଦେଇ ଧର୍ମଶାଳା ଛକ ଆଡକୁ ଯାଇପାରିବେ ନାହିଁ। ହାଇକୋର୍ଟ ଛକରୁ ଚାନ୍ଦିନିଚୌକ ଛକ, ବାଲୁବଜାର ଛକରୁ ହାଇକୋର୍ଟ ଛକ ଆଡକୁ ଆସିପାରିବେ ନାହିଁ। ଚୌଧୁରୀ ବଜାର ଛକରୁ ଗୌରିଶଙ୍କର ପାର୍କ ଏବଂ ବାଲୁବଜାର ଛକ ଆଡକୁ ଆସିପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos