କଟକ: ଗ୍ୟାସ୍ ଟାଙ୍କିରୁ ନିଆଁ ଲାଗି ୩ ଗୁରୁତର

କଟକ: କଟକ ଖାନନଗର ନୂଆସାହିରେ ଅଘଟଣ। ଗ୍ୟାସ୍‌ ଟାଙ୍କିରୁ ନିଆଁ ଲାଗି ୩ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ଶିଶୁ ଅଛନ୍ତି। ସମସ୍ତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।