ସାଂଘାତିକ୍‌ ବ୍ଲୁ-ପ୍ରିଣ୍ଟ ପଛରେ ଭାଇ-ଭାଇ

କଟକ(ଓଡ଼ିଶା ରିପୋର୍ଟର) ଗତ ୧୯ ତାରିଖରେ କଟକ କଟକର ନୟାସଡ଼କସ୍ଥିତ ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ୬ ଦିନ ଭିତରେ ତଦନ୍ତ ସାରିବା ସହ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ ।  ଡକାୟତଙ୍କ ଠାରୁ ୨ କେଜି ସୁନା ଜବତ ହୋଇଛି  । ପୁଲିସ କମିଶନର କହିଛନ୍ତି, ୫ ବର୍ଷ ହେଲା ଫାଇନାନ୍ସ ସଂସ୍ଥାରେ କାମ କରୁଥିବା କର୍ମଚାରୀ ହିଁ ଲୁଟ୍ ପଛର ମାଷ୍ଟରମାଇଣ୍ଡ । ସଂସ୍ଥାରେ […]

7907

7907

Tapas Behera
  • Published: Tuesday, 24 November 2020
  • Updated: 26 November 2020, 12:50 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର) ଗତ ୧୯ ତାରିଖରେ କଟକ କଟକର ନୟାସଡ଼କସ୍ଥିତ ଆଇଆଇଏଫଏଲ ଫାଇନାନ୍ସ ସଂସ୍ଥାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ୬ ଦିନ ଭିତରେ ତଦନ୍ତ ସାରିବା ସହ ଘଟଣାରେ ୭ ଜଣଙ୍କୁ ଅଟକ ରଖିଛି କମିଶନରେଟ୍ ପୁଲିସ ।  ଡକାୟତଙ୍କ ଠାରୁ ୨ କେଜି ସୁନା ଜବତ ହୋଇଛି  । ପୁଲିସ କମିଶନର କହିଛନ୍ତି, ୫ ବର୍ଷ ହେଲା ଫାଇନାନ୍ସ ସଂସ୍ଥାରେ କାମ କରୁଥିବା କର୍ମଚାରୀ ହିଁ ଲୁଟ୍ ପଛର ମାଷ୍ଟରମାଇଣ୍ଡ ।

ସଂସ୍ଥାରେ କାମ କରୁଥିବା ଲାଲା ଅମ୍ରିତ ହିଁ ମୁଖ୍ୟ ଅଭିଯୁକ୍ତ । ଆଉ ଅମ୍ରିତକୁ ଏଥିରେ ସହଯୋଗ କରିଛି ତାର ଭାଇ ଲାଲା ରଂଜନ ରାୟ । ସେ କଟକସ୍ଥିତ ମଲ୍ଲାପୁରମ୍ ଗୋଲ୍ଡ ସଂସ୍ଥାରେ ପୂର୍ବରୁ କାମ କରୁଥିଲେ ଓ ୧ କେଜିର ସୁନା ହେରଫେରରେ ଉଭୟ ସଂପୃକ୍ତ ଥିଲେ । ଏହି ମାମଲାରେ ବି ଦୁଇ ଭାଇ ମିଶି ରଚିଥିଲେ କୋଟି କୋଟି ଟଙ୍କା ଡକାୟତିର ବ୍ଲୁ ପ୍ରିଂଟ୍ ।

୫ ବର୍ଷ ହେଲା କଟକ ନୟାସଡ଼କ ଆଇଆଇଏଫଏଲ୍ ଫାଇନାନ୍ସ ସଂସ୍ଥାରେ କାମ କରୁଥିଲା ଅମ୍ରିତ । ବିଭିନ୍ନ ଅନିୟମିତତା କରି ସଂସ୍ଥାରୁ ନିଜେ ସୁନା ହଡ଼ପ କରିଥିଲା । ହେଲେ, ନୂଆ ଅଡିଟର୍ ଆସିବା ପରେ ସବୁକିଛି ସାମ୍ନାକୁ ଆସିଯାଇଥିଲା । ଧରାପଡିଯିବା ଭୟରେ ଅମ୍ରିତ ରଚିଥିଲା ଲୁଟ୍‌ର ପୁରା କାହାଣୀ । ତାକୁ ସାହାଯ୍ୟ କରିଥିବା ଅନ୍ୟତମ ଅଭିଯୁକ୍ତ ହେଉଛନ୍ତି ରଂଜନ ବେହେରା ଓରଫ୍ ବାପୁ। ଯିଏ ହେଉଛନ୍ତି  ଅମ୍ରିତ୍ ରାୟଙ୍କର ପିଲାଦିନର ସାଙ୍ଗ। ଲୁଟ୍ ଦିନ ବି ବ୍ୟାଙ୍କରେ ଥିଲା ଅମ୍ରିତ।  ଆଉ ତାରି ଇସାରାରେ ହିଁ ଘଟୁଥିଲା ସବୁକିଛି । ଅନ୍ୟ ୪ ଦୁର୍ବୁତ୍ତଙ୍କୁ ଲୁଟ୍ ପାଇଁ ନିୟୋଜିତ କରାଯାଇଥିଲା।  ପୁଲିସ ସମସ୍ତଙ୍କୁ ଧରି ପଚରାଉଚୁରା କରୁଛି ।

ଅଭିଯୋଗ ହୋଇଛି ଫାଇନାନ୍ସ ସଂସ୍ଥାରୁ ୧୨ କୋଟିର ସୁନା ଲୁଟ୍ ହୋଇଛି।   ୪ରୁ ୫ ଲକ୍ଷ ଟଙ୍କା ବି ଲୁଟିନେଇଛନ୍ତି ଦୁର୍ବୃତ୍ତ ।  ପୋଲିସ କମିଶନର କହିଛନ୍ତି, ଫାଇନାନ୍ସ କମ୍ପାନୀର ସୁରକ୍ଷା ବ୍ୟବସ୍ଥା ପୁରାପୁରି ଢିଲା ଥିଲା ।  ସିସିଟିଭି ଥିଲା, ହେଲେ କାମ କରୁନଥିଲା । ବାଜୁନଥିଲା ଆଲାରାମ। ଡିଜିଟାଲ ଲକର ବି ଅକାମୀ ହୋଇପଡିଥିଲା । ଛୁଟିରେ ଯାଇଥିଲେ ସିକ୍ୟୁରିଟି ଗାର୍ଡ । ସୂଚନାଯୋଗ୍ୟ,  ଗତ ୧୯ ତାରିଖରେ ପୂର୍ବାହ୍ନରେ କଟକ ନୟାସଡ଼କସ୍ଥିତ ଏକ ଘରୋଇ ଋଣ ଓ ନିବେଶ କେନ୍ଦ୍ର ଆଇଆଇଏଫ୍‌ଏଲ୍କୁ ୪ ଯୁବକ ଦୁଇଟି ବାଇକରେ ଆସି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ପାଖାପାଖି ୧୨ କୋଟି ଟଙ୍କାର ବନ୍ଧକ ସୁନା ଓ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।

 

ଆଗକୁ ପଢ଼ନ୍ତୁ : ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟ ଜାଲ୍ ‌!

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos