କଟକ: ଜାନୁଆରୀ ୨୨ରେ କଟକ ମେୟର ପଦବୀ ପାଇଁ ନିର୍ବାଚନ

କଟକ: ଆସନ୍ତା ୨୨ ତାରିଖରେ କଟକ ମେୟର ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସୋମବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୨୨ ତାରିଖରେ ହିଁ ମେୟର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସହ ଯାଞ୍ଚ, ପ୍ରତ୍ୟାହାର, ଭୋଟ୍ ଗ୍ରହଣ ଓ ଫଳ ପ୍ରକାଶ ପାଇବ।

ସୂଚନାଯୋଗ୍ୟ, ଗତ ଡିସେମ୍ୱର ୨୯ରେ ମେୟର ପଦରୁ ଅନୀତା ବେହେରାଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଛି। କଟକ ମେୟର ପଦ ଅନୁସୂଚିତ ଜାତିର ମହିଳାଙ୍କ ପାଇଁ ସଂରକ୍ଷିତ।