କଟକ: ଜଣ୍ଡିସ୍‌ ସ୍ଥିତି ସମୀକ୍ଷା କଲେ ବିଧାୟକ ଓ ଜିଲ୍ଲାପାଳ

କଟକ: ବିଧାୟକ ଦେବାଶିଷ ସାମନ୍ତରାୟ ଏବଂ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ତୁଳସୀପୁର ଅଞ୍ଚଳକୁ ଯାଇ ଜଣ୍ଡିସ୍‌ ପ୍ରଭାବିତ ଅଞ୍ଚଳ ବୁଲିଛନ୍ତି। ଏହାସହ ଉଭୟ ପରିମଳ ବ୍ୟବସ୍ଥା ସମୀକ୍ଷା କରିଛନ୍ତି।

ସ୍ଥିତି ସମୀକ୍ଷା ପରେ ଜିଲ୍ଲାପାଳ ମିଶ୍ର କହିଛନ୍ତି,“୮, ୯ ଓ ୧୦ ନମ୍ବର ୱାର୍ଡ ଜଣ୍ଡିସ୍‌ ପ୍ରଭାବିତ ହୋଇଛି। ୭୬ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ପିଇବା ପାଣି ପାଇପ୍‌ରୁ ସଂକ୍ରମଣ ହୋଇ ଜଣ୍ଡିସ୍‌ ବ୍ୟାପିଛି। ଏସ୍‌ସିବି ଓ ସିଟି ହସ୍ପିଟାଲରେ ଚିକିତ୍ସା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।”