କଟକରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଲା

କଟକ: କଟକରେ ଜଣ୍ଡିସ ରୋଗ ଧୀରେ ଧୀରେ ସବୁ ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି। ଆଜି ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଗତକାଲି ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ରହିଥିବା ବେଳେ ଆଜି ଆଉ ୪ଟି ରକ୍ତ ନମୁନା ପଜିଟିଭ୍ ବାହାରିଛି। ପ୍ରଥମେ କଟକର ଜୋବ୍ରା ଅଞ୍ଚଳରେ ଜଣ୍ଡିସ୍ ଦେଖାଯାଇଥିଲା। ଏବେ ଏହା ଜୋବ୍ରା ତଳସାହି, ଟିଣପିଟା ସାହି, ମଲ୍ଲାସାହି ଓ ପାରେଶ୍ୱର ସାହି ଆଦି ଅଞ୍ଚଳକୁ ବ୍ୟାପିଲାଣି। ଏହି ଅଞ୍ଚଳରେ ମୁଖ୍ୟତଃ ଦୂଷିତ ପିଇବା […]

jaundis

jaundis

Rakesh Mallick
  • Published: Thursday, 31 March 2016
  • Updated: 31 March 2016, 12:22 PM IST

Sports

Latest News

jaundisକଟକ: କଟକରେ ଜଣ୍ଡିସ ରୋଗ ଧୀରେ ଧୀରେ ସବୁ ଅଞ୍ଚଳକୁ ବ୍ୟାପିବାରେ ଲାଗିଲାଣି। ଆଜି ସହରରେ ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି। ଗତକାଲି ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ରହିଥିବା ବେଳେ ଆଜି ଆଉ ୪ଟି ରକ୍ତ ନମୁନା ପଜିଟିଭ୍ ବାହାରିଛି।

ପ୍ରଥମେ କଟକର ଜୋବ୍ରା ଅଞ୍ଚଳରେ ଜଣ୍ଡିସ୍ ଦେଖାଯାଇଥିଲା। ଏବେ ଏହା ଜୋବ୍ରା ତଳସାହି, ଟିଣପିଟା ସାହି, ମଲ୍ଲାସାହି ଓ ପାରେଶ୍ୱର ସାହି ଆଦି ଅଞ୍ଚଳକୁ ବ୍ୟାପିଲାଣି। ଏହି ଅଞ୍ଚଳରେ ମୁଖ୍ୟତଃ ଦୂଷିତ ପିଇବା ପାଣି ଦ୍ୱାରା ଜଣ୍ଡିସ ବ୍ୟାପୁଥିବା ସ୍ୱାସ୍ଥ୍ୟବିଭାଗ ସ୍ପଷ୍ଟ କରିଥିବା ବେଳେ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି। ଜଣ୍ଡିସ୍ ଆକ୍ରାନ୍ତ ଅଞ୍ଚଳଗୁଡ଼ିକୁ ଟ୍ୟାଙ୍କରରେ ପାଣି ଯୋଗାଇ ଦିଆଯାଉଛି।

ଆଜି କଟକ ସଦର ଉପଜିଲ୍ଲାପାଳ ଓ କଟକ ସିଡିଏମ୍‌ଓ ଜଣ୍ଡିସ୍ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ।

କଟକ ସଦର ଉପଜିଲ୍ଲାପାଳ ରଘୁରାମ ଆୟାର କହିଛନ୍ତି,“ ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବର କରାଯାଉଛି। ଅଧିକ ମାତ୍ରାରେ ଜଣ୍ଡିସ୍‌ରେ ଆକ୍ରାନ୍ତ ଲୋକଙ୍କର ରକ୍ତ ନମୁନା ସଂଗ୍ରହ କରାଯାଉଛି। ଲୋକଙ୍କୁ ଜଣ୍ଡିସ୍ ସଂପର୍କରେ ସଚେତନ କରାଯାଉଛି। ଅଙ୍ଗନୱାଡି କର୍ମୀମାନେ ୱାର୍ଡକୁ ୱାର୍ଡ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଫୁଟା ପାଣି ପିଇବା ପାଇଁ ଲୋକଙ୍କୁ କୁହାଯାଉଛି। ଲୋକଙ୍କୁ ହାଲୋଜେନ୍ ବଟିକା ଦିଆଯାଉଛି। ଏହା ସହିତ ପାଇପ୍ ଲାଇନ୍ କାମ ମଧ୍ୟ ଚାଲିଛି। ଆବଶ୍ୟକ ସ୍ଥଳେ ପାଇପ୍‌ ଗୁଡ଼ିକୁ ବଦଳା ଯାଉଛି।”

ଅନ୍ୟପକ୍ଷରେ ସହରରେ ଜଣ୍ଡିସ୍ ସ୍ଥିତି ନେଇ କଟକ ନଗର ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ବିଜେପି ନେତା ନୟନ କିଶୋର ମହାନ୍ତି କହିଛନ୍ତି,“ଦଳ ତରଫରୁ ଆମେ ଦୁଇ ଦିନ ତଳେ ସହରର ଜଣ୍ଡିସ୍ ଆକ୍ରାନ୍ତ ଅଞ୍ଚଳ ପରିଦର୍ଶନରେ ଯାଇଥିଲୁ। ଲୋକେ ଦୂଷିତ ପାଣି ପିଉଥିବା ଆମ ନଜରକୁ ଆସିଥିଲା। ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର କରାଯାଉଥିବା କୁହାଯାଉଛି। କିନ୍ତୁ ପରିଦର୍ଶନରେ ଗଲା ବେଳେ ଆମେ କେଉଁଠି ବି ସ୍ୱାସ୍ଥ୍ୟ ଶିବିର ଦେଖିବାକୁ ପାଇଲୁ ନାହିଁ। ଲୋକଙ୍କୁ ଶୁଦ୍ଧ ପାଣି ଯୋଗାଇ ଦେବା ଓ ପାଣି ପାଇପ୍‌ ଗୁଡ଼ିବ ବଦଳାଇବା ଜରୁରୀ ହୋଇପଡ଼ିଛି। ଏ ସବୁ ସଂପର୍କରେ ଆଜି ଜିଲ୍ଲାପାଳଙ୍କୁ ଅବଗତ କରିବାକୁ ଆସିଥିଲୁ।”

ସେ ଅଭିଯୋଗ କରିଛନ୍ତି,“ପ୍ରଶାସନ ପକ୍ଷରୁ ଘର ଘର ବୁଲି ସର୍ଭେ କରାଯାଉ ନାହିଁ। ଫଳରେ ଜଣ୍ଡିସ୍‌ରେ ଆକ୍ରାନ୍ତ ପ୍ରକୃତ ରୋଗୀଙ୍କ ସଂଖ୍ୟା ଜଣାପଡୁ ନାହିଁ। ପ୍ରଶାସନ ଯେଉଁ ରିପୋର୍ଟ ଦେଖାଉଛି ତା’ଠାରୁ ଢେର ଅଧିକ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି।”

ଜଣ୍ଡିସ୍‌କୁ ନେଇ ଗତକାଲି କଟକରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ ଜିଲ୍ଲାପାଳ, କଟକ ମହାନଗର ନିଗମ କମିଶନର, କଟକ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସମେତ ପିଏଚ୍‌ଡିର ଅଧିକାରୀମାନେ ଯୋଗ ଦେଇଥିଲେ। ମେ’ ୧୫ ତାରିଖ ସୁଦ୍ଧା କଟକ ସହରର ସମସ୍ତ ଡ୍ରେନ୍ ସଫା କରିବା ସହ ଏକ ମାସ ମଧ୍ୟରେ ସମସ୍ତ ପୁରୁଣା ପାଇପ୍‌ ଲାଇନ୍‌ ବଦଳାଇବା ପାଇଁ ରାଜସ୍ୱ କମିଶନର ନିର୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story