କଟକରେ ଜଣ୍ଡିସ ଅଣାୟତ, ପ୍ରଭାବିତ ଅଞ୍ଚଳ ବୁଲିଲା ବିଜେପି ପ୍ରତିନିଧି ଦଳ

କଟକ: କଟକ ସହରରେ ଜଣ୍ଡିସ୍‌ ଅଣାୟତ ହୋଇଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୧୦୯ରେ ପହଞ୍ଚି ଥିବା ବେଳେ ବେସରକାରୀ ଭାବେ ୨୦୦ରୁ ଅଧିକ ହେବ। ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଜଣ୍ଡିସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ପ୍ରତି ୱାର୍ଡ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି। ସେ କହିଛନ୍ତି,“ରାଜ୍ୟରେ ଯେତେବେଳେ ବିଜେପି ଓ ବିଜେଡିର ସରକାର ଥିଲା ସେତେବେଳେ କଟକକୁ […]

cuttack jundic affected aria visit bjp

cuttack jundic affected aria visit bjp

Rakesh Mallick
  • Published: Tuesday, 28 February 2017
  • Updated: 28 February 2017, 09:53 PM IST

Sports

Latest News

କଟକ: କଟକ ସହରରେ ଜଣ୍ଡିସ୍‌ ଅଣାୟତ ହୋଇଛି। ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ଭାବେ ୧୦୯ରେ ପହଞ୍ଚି ଥିବା ବେଳେ ବେସରକାରୀ ଭାବେ ୨୦୦ରୁ ଅଧିକ ହେବ।

ଆଜି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ୍‌ ଜଣ୍ଡିସ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେମାନେ ପ୍ରତି ୱାର୍ଡ ପରିଦର୍ଶନ କରି ପ୍ରଭାବିତ ଅଞ୍ଚଳବାସୀଙ୍କ ସହିତ ଆଲୋଚନା କରିଛନ୍ତି।

ସେ କହିଛନ୍ତି,“ରାଜ୍ୟରେ ଯେତେବେଳେ ବିଜେପି ଓ ବିଜେଡିର ସରକାର ଥିଲା ସେତେବେଳେ କଟକକୁ ୩୦୦ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ସେହି ଅର୍ଥ ଖର୍ଚ୍ଚ ହୋଇପାରିଲା ନାହିଁ। ସେହିପରି ୫୦ କୋଟି ଟଙ୍କାର ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କଲେ। ଏହା ସତ୍ତ୍ୱେ କଟକବାସୀ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। ତାହାର ଉତ୍ତର କଟକ ବିଜେଡି ବିଧାୟକ ଦିଅନ୍ତୁ।”

ଏନେଇ ବିଭିନ୍ନ ମହଲରେ ଆଲୋଚନା ହେବା ପରେ ଏହାର ମୁକାବିଲା ପାଇଁ କଟକ ମହାନଗର ନିଗମ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପାଇପ୍‌ ଲାଇନ୍‌ ମରାମତି କରାଯାଉଛି। ଅଙ୍ଗନୱାଡ଼ି କର୍ମୀ ଓ ଆଶା କର୍ମୀଙ୍କ ମଧ୍ୟମରେ ଜଣ୍ଡିସ ସମ୍ପର୍କରେ ସଚେତନତା କରିବା ପାଇଁ ବ୍ୟବସ୍ଥା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos