କଟକ ମେୟର ନିର୍ବାଚନ: ସିଏମସିର ସମସ୍ତ କର୍ପୋରେଟରଙ୍କୁ ନୋଟିସ ଜାରି

କଟକ: ଆସନ୍ତା ୨୨ ତାରିଖରେ ଅନୁଷ୍ଠିତ ହେବ କଟକ ମହାନଗର ନିଗମର ମେୟର ନିର୍ବାଚନ। ଏଥିପାଇଁ ସିଏମସିର ସମସ୍ତ ୫୮ କର୍ପୋରେଟରଙ୍କୁ ନୋଟିସ ଜାରି କରାଯାଇଛି। ମ୍ୟୁନିସିପାଲ ଆଡମିନିଷ୍ଟ୍ରେସନ ନିର୍ଦ୍ଦେଶକ ଏହି ନୋଟିସ ଜାରି କରିଛନ୍ତି। ଏଥିରେ ୨୨ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ, ୧୨ଟାରୁ ଗୋଟାଏ ମଧ୍ୟରେ ପ୍ରାଥିପତ୍ର ଯାଞ୍ଚ, ଦିନ ଗୋଟାଏରେ ପ୍ରାଥିପତ୍ର ପ୍ରତ୍ୟାହାର ଓ ସାଢେ ଗୋଟାଏରେ ଭୋଟ ଗ୍ରହଣ ହେବ ବୋଲି ସୂଚନା ଦିଆଯାଇଛି। ଏକାଧିକ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କଲେ ଅପରାହ୍ନ ସାଢେ ୩ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ଜାରି ରହିବ ବୋଲି ଏଥିରେ ଉଲ୍ଲେଖ ରହିଛି।

ରାସନକାର୍ଡ ତାଲିକାରେ ନାଁ ଥିବା ଅଭିଯୋଗ ଆସିବା ପରେ କଟକ ମେୟର ଅନିତା ବେହେରାଙ୍କୁ ପଦ ହରାଇବାକୁ ପଡିଥିଲା। ଏହାସହ ସେ ୨୧ ନମ୍ବର କର୍ପୋରେଟର ଆସନରୁ ମଧ୍ୟ ଇସ୍ତଫା ଦେଇଥିଲେ। ମେୟର ପଦ ଖାଲି ପଡିବା ପରେ ଗତ ୮ ତାରିଖରେ ଏହି ପଦବୀ ପୂରଣ ଲାଗି ନିର୍ବାଚନ କରାଯିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାକୁ ରଦ୍ଦ କରିବାକୁ ୨୧ ନମ୍ୱର ୱାର୍ଡରେ ଆଶାୟୀ ପ୍ରାର୍ଥୀ କନକଲତା ନାୟକ ନାମକ ମହିଳା ହାଇକୋର୍ଟରେ ଆବେଦନ କରିଥିଲେ। ଏଥିରେ ରାଜ୍ୟ ନିର୍ବାଚନ କମିଶନର, ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ, ପୌର ପ୍ରଶାସନ ନିର୍ଦ୍ଦେଶକ ଏବଂ ସିଏମସି କମିଶନରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ସିଏମସିର ୨୧ ନମ୍ୱର ୱାର୍ଡ ତଫସିଲଭୁକ୍ତ ଜାତି ମହିଳାଙ୍କ ପାଇଁ ସଂରକ୍ଷିତ ଆସନ। ଏହାର କର୍ପୋରେଟର ପଦ ଖାଲି ଥିବା ଅବସ୍ଥାରେ ମେୟର ନିର୍ବାଚନ କରାଗଲେ ଏହା ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆକ୍ଟ ୨୦୦୩ର ଉଲଘଂନ ହେବ ବୋଲି ସେ ଦର୍ଶାଇଥିଲେ। ତେବେ ହାଇକୋର୍ଟ  କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେଇନାହାନ୍ତି। ଏହାର ପରବର୍ତ୍ତି ଶୁଣାଣି ଆସନ୍ତା ୨୦ ତାରିଖରେ କରାଯିବ ବୋଲି କୋର୍ଟ ଶୁଣାଣି କରିଛନ୍ତି।

ଆହୁରି ପଢ଼ନ୍ତୁ

କୋଭିଡ୍ ଅବ୍ୟବସ୍ଥା: କେଉଁଠି ରିପୋର୍ଟ ଭୁଲ୍ ତ କେଉଁଠି ଚିକିତ୍ସା ମିଳୁନି

ରାକ୍ଷୀରେ ଏକାଠି ଜଳିଲା ଜୁଈ, ବଜ୍ରରେ ଟଳି ପଡ଼ିଲେ ଭାଇ-ଭଉଣୀ

କାଲିଠାରୁ ରାଜଧାନୀରେ ଗଡ଼ିବ ‘ମୋ ବସ୍‌’

କାଲି ଲଘୁଚାପ, ୭ ଯାଏ ପ୍ରବଳ ବର୍ଷିବ

ଚିନ୍ତା ବଢ଼ାଇଲା ବେହେରା ସାହି; କାଲି ୨୨, ଆଜି ୫୭ କରୋନା ଆକ୍ରାନ୍ତ ଚିହ୍ନଟ

ଶ୍ରୀମନ୍ଦିର ଖୋଲିବାକୁ ହାଇକୋର୍ଟରେ ଦାଏର ହେଲା ମାମଲା

‘ରାଜଧାନୀବାସୀଙ୍କର ବଢ଼ିଛି ରୋଗ ପ୍ରତିରୋଧକ ଶକ୍ତି’

ତେଲ ଲଗାଇ ଲୁଟ୍ କରୁଥିଲେ, ଧରିଲା ପୁଲିସ୍‌

‘କରୋନାଠୁ ବି ଘାତକ ସାଜୁଛି ଅକ୍ସିଜେନ ଅଭାବ, ଆଖି ଆଗରେ ଯାଉଛି ଜୀବନ’

ଭୁଶୁଡ଼ି ପଡ଼ିଲା କେନାଲ ବନ୍ଧ: ଚାଷ ଜମିରେ ୩ରୁ ୪ ଫୁଟ ପାଣି

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ

ସଂକ୍ରମଣର ମାତ୍ରା ମାପିବାକୁ ବ୍ରହ୍ମପୁରରେ ଚାଲିଛି ସେରୋଲୋଜିକାଲ୍ ସର୍ଭେ