ମହାଆଡ଼ମ୍ୱରରେ ନେତାଜୀ ଜୟନ୍ତୀ ପାଳିତ

କଟକ: କଟକ ଓଡ଼ିଆ ବଜାରସ୍ଥିତ ଜନ୍ମସ୍ଥାନ ସଂଗ୍ରହାଳୟରେ  ନେତାଜୀଙ୍କ ୧୧୯ତମ ଜୟନ୍ତୀ ବେଶ ଆଡ଼ମ୍ୱରରେ ପାଳିତ ହୋଇଛି।  ଭୋର ସାଢ଼େ ୪ଟାରେ ରାମଧୁନରୁ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ସେହିପରି ମ୍ୟୁଜିୟମରେ ଥିବା ନେତାଜୀଙ୍କ ଜନ୍ମକକ୍ଷରେ ଯଜ୍ଞ କରାଯିବା ସହିତ ଆଧ୍ୟାତ୍ମିକ ଗ୍ୟାଲେରୀରେ ନେତାଜୀଙ୍କ ଆଧ୍ୟାତ୍ମିକ ଗୁରୁଙ୍କ ଫଟୋଚିତ୍ର ସ୍ଥାପନ କରାଯାଇଛି। ଏହାସହ ଓଡ଼ିଶାର ଆଇଏନଏ ସଦସ୍ୟଙ୍କ ତଥ୍ୟ ସମ୍ଭଳିତ ଏକ ଆଲବମ ମଧ୍ୟ ଦର୍ଶକଙ୍କ ପାଇଁ ରଖାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମ୍ୟୁଜିୟମ୍ ପରିଦର୍ଶନ କରିବା ସହ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନେତାଜୀଙ୍କ ଜୟନ୍ତୀ ଅବସରରେ ନେତାଜୀ ପ୍ରେମୀମାନେ ଆଜି ଓଡ଼ିଆ ବଜାର ସ୍ଥିତ ଜାନକୀନାଥ ଭବନରେ ଏକତ୍ରୀତ ହୋଇଛନ୍ତି।