କଟକ ନୀଳକଣ୍ଠେଶ୍ୱର ବସ୍ତିରୁ ପିଲା ବିକ୍ରି ଅଭିଯୋଗ  ଘଟଣା: ୫ ଜଣଙ୍କୁ ଆନ୍ଧ୍ରପ୍ରଦେଶରୁ ଉଦ୍ଧାର କଲା ପୋଲିସ

କଟକ: କଟକ ନୀଳକଣ୍ଠେଶ୍ୱର ବସ୍ତିରୁ ପିଲା ବିକ୍ରି ଅଭିଯୋଗ  ଘଟଣାରେ ୫ ଜଣଙ୍କୁ ପିଲାଙ୍କୁ ଆନ୍ଧ୍ର ପ୍ରଦେଶରୁ ଉଦ୍ଧାର କରିଛି କମିଶନରେଟ ପୋଲିସ । କଟକ ଚାଉଳିଆଗଞ୍ଜର ଗାନ୍ଧି ଛକଠାରେ ଥିବା  ନୀଳକଣ୍ଠଶ୍ୱର ବସ୍ତିରୁ ପିଲା ବିକ୍ରି ହେଉଥିବା ନେଇ ସ୍ଥାନୀୟ  ବାସିନ୍ଦା ଅଭିଯୋଗ କରିଥିଲେ। ଗତ ଦୁଇ ବର୍ଷ ଭିତରେ ବସ୍ତିରୁ ପ୍ରାୟ ୧୦ ଜଣ ପିଲାଙ୍କୁ ଆନ୍ଧ୍ରରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଥିଲା। ପିଲା ବିକ୍ରି କରିଥିବା କିଛି ଅଭିଭାବକ ମଧ୍ୟ ଏ ବାବଦରେ କିଛି ଟଙ୍କା ପାଇଥିବା ସ୍ୱୀକାର କରିଥିଲେ। ଅଭିଯୋଗ ପାଇବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଇଥିଲା।

ଉଦ୍ଧାର ବାଳକ ବବୁଲ ନାୟକ କହିଛନ୍ତି, ଆମ ପଇସା ଦରକାର ଥିବାରୁ ଆନ୍ଧ୍ରର ଗୁଣୁପୁରରେ ଯାଇ କାମ କରୁଥିଲୁ। ଆମକୁ କୌଣସି ବଡ଼କାମ କରିବାକୁ ଦିଆଯାଉ ନ ଥିଲା। ଆମେ ଫୁଲ ଗଛର ପାଣି ଦେଉଥିଲୁ ଓ ବଜାରରୁ ପରିବା ଆଣିଥିଲୁ।