୧୦ଟି ଜିଲ୍ଲାରୁ ୨୪.୫୩ ପ୍ରତିଶତ ଧାନ ସଂଗ୍ରହ ଲକ୍ଷ୍ୟ: ଦାଶବର୍ମା

କଟକ: କେନ୍ଦ୍ରାଞ୍ଚଳ ରାଜସ୍ୱ ଜୋନର ୧୦ ଜିଲ୍ଲାରୁ ଚଳିତବର୍ଷ ୨୪.୫୩ ପ୍ରତିଶତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩,୨୯,୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକରଣ କରିଥିବା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଖରିଫ୍‌ ଧାନ ସଂଗ୍ରହ ସଂକ୍ରାନ୍ତ ବୈଠକରେ ଯୋଗଦେଇ ଖାଉଟି ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାଶବର୍ମା କହିଛନ୍ତି। ସେ କହିଛନ୍ତି,“ଚଳିତବର୍ଷ ୧,୩୭୭ଟି ସୋସାଇଟି ମାଧ୍ୟମରେ ଧାନ କ୍ରୟ କରାଯିବ। ଏହାଛଡ଼ା ଭାଗ ଚାଷୀଙ୍କୁ ମଧ୍ୟ […]

cuttack-paddy-meetting

cuttack-paddy-meetting

Rakesh Mallick
  • Published: Tuesday, 08 November 2016
  • Updated: 08 November 2016, 06:02 PM IST

Sports

Latest News

cuttack-paddy-meettingକଟକ: କେନ୍ଦ୍ରାଞ୍ଚଳ ରାଜସ୍ୱ ଜୋନର ୧୦ ଜିଲ୍ଲାରୁ ଚଳିତବର୍ଷ ୨୪.୫୩ ପ୍ରତିଶତ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୩,୨୯,୮୫୬ ଜଣ ଚାଷୀ ଧାନ ବିକ୍ରି ପାଇଁ ନିଜ ନାମ ପଞ୍ଜିକରଣ କରିଥିବା କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହୋଇଥିବା ଖରିଫ୍‌ ଧାନ ସଂଗ୍ରହ ସଂକ୍ରାନ୍ତ ବୈଠକରେ ଯୋଗଦେଇ ଖାଉଟି ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାଶବର୍ମା କହିଛନ୍ତି।

ସେ କହିଛନ୍ତି,“ଚଳିତବର୍ଷ ୧,୩୭୭ଟି ସୋସାଇଟି ମାଧ୍ୟମରେ ଧାନ କ୍ରୟ କରାଯିବ। ଏହାଛଡ଼ା ଭାଗ ଚାଷୀଙ୍କୁ ମଧ୍ୟ ଧାନ କିଣାରେ ସାମିଲ କରାଯିବାକୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।  ଧାନ କ୍ରୟ ବାବଦକୁ ଅର୍ଥ ଅନଲାଇନ୍‌ ପେମେଣ୍ଟ ସିଷ୍ଟମ୍‌ରେ କରାଯିବ।”

ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ଆରଡିସି ଏ.ବି. ଓତା ଏବଂ ଏସ୍‌ଆରସି ପ୍ରଦୀପ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos