୭ ଦଫା ଦାବିରେ ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ମହାସଂଘର ବିକ୍ଷୋଭ

କଟକ: ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ମହାସଂଘ ୭ ଦଫା ଦାବିରେ ପୂରଣ ପାଇଁ ଆଜି ଆନ୍ଦୋଳନ କରୁଛି। କଟକ ଗଡ଼ଗଡ଼ିଆ ମହାଦେବ ମନ୍ଦିରଠାରୁ ପ୍ରାୟ ୩୦୦ରୁ ଅଧିକ ଗ୍ରାମରକ୍ଷୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୋଲିସ୍‌ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେଲେ ଆଗମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ ବୋଲି ସଂଘ ଚେତାବନୀ ଦେଇଛି। ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ମହାସଂଘ ସଭାପତି ଅମରେଶ୍ୱର ମଲ୍ଲିକ କହିଛନ୍ତି,“୧୯୬୭ ଗ୍ରାମରକ୍ଷୀ ଆଇନ୍‌ […]

home gard

home gard

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 04:52 PM IST

Sports

Latest News

କଟକ: ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ମହାସଂଘ ୭ ଦଫା ଦାବିରେ ପୂରଣ ପାଇଁ ଆଜି ଆନ୍ଦୋଳନ କରୁଛି। କଟକ ଗଡ଼ଗଡ଼ିଆ ମହାଦେବ ମନ୍ଦିରଠାରୁ ପ୍ରାୟ ୩୦୦ରୁ ଅଧିକ ଗ୍ରାମରକ୍ଷୀମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପୋଲିସ୍‌ ମୁଖ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେଲେ ଆଗମୀ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ ବୋଲି ସଂଘ ଚେତାବନୀ ଦେଇଛି।

ନିଖିଳ ଓଡ଼ିଶା ଗ୍ରାମରକ୍ଷୀ ମହାସଂଘ ସଭାପତି ଅମରେଶ୍ୱର ମଲ୍ଲିକ କହିଛନ୍ତି,“୧୯୬୭ ଗ୍ରାମରକ୍ଷୀ ଆଇନ୍‌ କାର୍ଯ୍ୟକାରିତା, ଗ୍ରାମରକ୍ଷୀଙ୍କୁ ସରକାରୀ କର୍ମଚାରୀ ଭାବେ ଘୋଷଣା, ପୋଲିସ୍‌ ନିଯୁକ୍ତି ସମୟରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ, ଖାଲି ପଡ଼ିଥିବା ଗ୍ରାମରକ୍ଷୀ ପଦବୀ ପୂରଣ କରାଯାଉ, ଅବସର ନେଉଥିବା ଗ୍ରାମରକ୍ଷୀଙ୍କ ପାଇଁ ପେନସନ୍‌ ବ୍ୟବସ୍ଥା, କାର୍ଯ୍ୟରତ ଗ୍ରାମରକ୍ଷୀଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ କଲେ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପ୍ରମୁଖ ଦାବି ନେଇ ଆମେ ଆନ୍ଦୋଳନ କରୁଛୁ। ଏହି ଆନ୍ଦୋଳନ ୪୦ ବର୍ଷ ଧରି ଚାଲିଛି। ମୁଖ୍ୟମନ୍ତ୍ରୀ ଓ ଡିଜିଙ୍କୁ ଦାବିପତ୍ର ପ୍ରଦାନ କରୁଛୁ। ମାତ୍ର ଆମ ଦାବି ପ୍ରତି ସରକାର କର୍ଣ୍ଣପାତ କରୁନାହାନ୍ତି କି ବିଚାରକୁ ନେଉନାହାନ୍ତି।”

ସେ କହିଛନ୍ତି, “ଆମ ଦାବି ପୂରଣ ନହେଲେ ପଞ୍ଚାୟତ ନିର୍ବାଚନ ବର୍ଜନ କରିବୁ। ପଞ୍ଚାୟତରେ ସରକାରଙ୍କ ବିରୋଧରେ ନାରାବାଜି କରିବୁ। ପ୍ରତି ପଞ୍ଚାୟତରେ ଚାକିରି ଛାଡ଼ି ସରପଞ୍ଚ ପ୍ରାର୍ଥୀ ଦେଇ ସରକାରଙ୍କ ବିରୋଧରେ ଲଢ଼େଇ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos