କଟକରେ ନବ ନିର୍ମାଣ କୃଷକ ସଂଗଠନର ଅଧିକାର ଯାତ୍ରା

କଟକ: କଟକ ସହର ବାଖ୍ରାବାଦଠାରେ ନବ ନିର୍ମାଣ କୃଷକ ଅଧିକାର ଯାତ୍ରା ପହଞ୍ଚିଛି। ସେଠାରେ ନବ ନିର୍ମାଣ କୃଷକ ସଂଗଠନର ସଦସ୍ୟମାନେ ପହଞ୍ଚିବା ପରେ ଏକ ସଭା କରିଥିଲେ।

ଗତ ଡିସେମ୍ବର ୧୪ ତାରିଖରେ  ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଚାଷୀ ସମାବେଶକୁ ଭଣ୍ଡୁର କରାଯିବା ପ୍ରତିବାଦରେ ଗତ ମାସ ୩୦ ତାରିଖରେ କୃଷକ ଅଧିକାର ଯାତ୍ରା ବାହାରିଛି। ଚାଷୀଙ୍କୁ ପେନସନ୍‌, ପ୍ରାଇସ ଓ ପ୍ରେଷ୍ଟିଜ୍‌ ଦାବିରେ ନବନିର୍ମାଣ  ସଂଗଠନ ଆନ୍ଦୋଳନ କରୁଛି।

ନବ ନିର୍ମାଣ କୃଷକ ସଂଗଠନର ସଂଯୋଜକ ଅକ୍ଷୟ କୁମାର କହିଛନ୍ତି, “ପ୍ରାଇସ ଓ ପ୍ରେଷ୍ଟିଜ୍‌ ଦାବି ନେଇ ଆମେ ଆନ୍ଦୋଳନ କରୁଛୁ। ଗତ ଡିସେମ୍ବର ୧୪ ତାରିଖରେ  ଭୁବନେଶ୍ୱରରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ଚାଷୀ ସମାବେଶକୁ  ସରକାର ଭଣ୍ଡୁର କରିଥିଲେ। ସେଥିପାଇଁ ଚାଷୀଙ୍କୁ ଅଧିକ ସଚେତନ କରିବା ପାଇଁ  ଏହି ଯାତ୍ରା ଚାଲିଛି। ଗତକାଲି ଏହି ଯାତ୍ରା ଜଗତସିଂହପୁରରେ ପହଞ୍ଚିବ। ସେଠାରେ ଏକ  ଚାଷୀ ସମାବେଶ ହେବ।”