ନିଟ୍‌ର ନୂଆ ନିୟମକୁ ଛାତ୍ରଛାତ୍ରୀଙ୍କ ବିରୋଧ

କଟକ: ନିଟ୍‌ର ନୂଆ ନିୟମକୁ ବିରୋଧ କରି ମେଡ଼ିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଆଜି କଟକ ଅରୁଣୋଦୟ ମାର୍କେଟରେ ଏକତ୍ର ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

୨୫ବର୍ଷ ବୟସ ସୀମା ଧାର୍ଯ୍ୟ ସହ ସର୍ବାଧିକ ୩ ଥର ପରୀକ୍ଷା ଦେବାକୁ ନିୟମ ରହିବାରୁ ପରୀକ୍ଷାର୍ଥୀମାନେ ଏହାକୁ ବିରୋଧ କରୁଛନ୍ତି। ଏହି ନିୟମକୁ ଉଚ୍ଛେଦ କରି ଆଶାୟୀମାନଙ୍କୁ ସୁଯୋଗ ଦେବାକୁ ସେମାନେ ଦାବି କରିଛନ୍ତି। ଆସନ୍ତାକାଲି ଏନେଇ ଛାତ୍ରଛାତ୍ରୀମାନେ ଭୁବନେଶ୍ୱରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ଦେବେ ବୋଲି କହିଛନ୍ତି।