କଟକ ରେଳ ଷ୍ଟେସନରେ ଆରମ୍ଭ ହେଲା ୱାଇଫାଇ ସେବା

କଟକ: ଆଜିଠାରୁ କଟକ ରେଳ ଷ୍ଟେସନରେ ୱାଇଫାଇ ସେବା ଆରମ୍ଭ ହୋଇଛି। ସ୍ଥାନୀୟ ସାଂସଦ ଭର୍ତ୍ତୃହରି ମହତାବ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି। ମାଗଣା ୱାଇଫାଇ ସେବା ମିଳିବାରେ କଟକ ରେଳ ଷ୍ଟେସନ ହେଉଛି ରାଜ୍ୟରେ ତୃତୀୟ।

ରେଳ ଷ୍ଟେସନରେ ଏସ୍କାଲେଟର ଓ ବୟସ୍କ ବ୍ୟକ୍ତିଙ୍କ ପାଇଁ ଲିଫ୍ଟ ବ୍ୟବସ୍ଥା କରାଯିବ ବୋଲି ସାଂସଦ ମହତାବ ସୂଚନା ଦେଇଛନ୍ତି।

ୱାଇଫାଇ ସେବା ଉଦ୍‌ଘାଟନୀ ଉତ୍ସବରେ ଖୋର୍ଦ୍ଧା ଆରଏମ୍‌ ଦେବରାଜ ପଣ୍ଡାଙ୍କ ସମେତ ରେଳବାଇର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ କର୍ପୋରେଟର ଉପସ୍ଥିତ ଥିଲେ।