କଟକ: ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ମାପଚୁପ ଆରମ୍ଭ

କଟକ: କଟକ ଜିଲ୍ଲା ଆଠଗଡ଼ ତହସିଲ ଅନ୍ତର୍ଗତ ବଜ୍ରବିହାରୀପୁରଠାରେ ରେଭେନ୍ସାର ଦ୍ୱିତୀୟ କ୍ୟାମ୍ପସ ପାଇଁ ଜମି ମାପଚୁପ ଆରମ୍ଭ ହୋଇଛି। ପ୍ରାୟ ୧୨୬.୪ ଏକ ଜମିକୁ ଆଜି  ଆଠଗଡ଼ ତହସିଲଦାର ଓ ଅମିନଙ୍କ ଉପସ୍ଥିତିରେ ମାପଚୁପ କରାଯାଉଛି। ବଜ୍ରବିହାରୀପୁରଠାରେ ରେଭେନସାର ଦ୍ୱିତୀୟ କ୍ୟାମ୍ପସକୁ ସ୍ଥାନୀୟ  ଲୋକ ବିରୋଧ କରୁଥିବାରୁ ଆଜି ଏକ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।