କଟକରେ ସାହି ଗଣ୍ଡଗୋଳ

କଟକ(ଓଡ଼ିଶା ରିପୋର୍ଟର): କଟକରେ ୨ ସାହି ମଧ୍ୟରେ ଗଣ୍ଡଗୋଳରୁ ଉତ୍ତେଜନା। ଲାଇଟ୍ ସଜାକୁ କେନ୍ଦ୍ରକରି ପିଠାପୁର ନୂଆସାହି ଓ ଝୋଲାସାହି ମଧ୍ୟରେ ଗଣ୍ଡଗୋଳ ହୋଇଛି। ଉଭୟ ଗୋଷ୍ଠୀ ପକ୍ଷରୁ ଢେଲାପଥର ଓ କାଚବୋତଲ ମାଡ଼ ହୋଇଥିଲା। ଗଣ୍ଡଗୋଳରେ କିଛି ଗାଡ଼ି ଭଙ୍ଗାରୁଜା ହୋଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ୩ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛି। କଟକ ଡିସିପି ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ୍ ପକ୍ଷରୁ ଉଦ୍ୟମ ଚାଲିଛି।