କଟକରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଲା ମିଶନ ଇଣ୍ଡିଆ ଚିଟ୍‌ଫଣ୍ଡ

କଟକ: କଟକରେ ପୁଣି ଏକ ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କୁ ଠକିନେଇଥିବା ବୁଧବାର ଅଭିଯୋଗ ହୋଇଛି। କଟକ ମଧୁପାଟଣାଠାରେ ଥିବା ମିଶନଇଣ୍ଡିଆ ପରିବାର ନାମକ ଏକ ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିନେଇ ଅଫିସ ବନ୍ଦକରି କେଉଁଆଡେ଼ ଚାଲିଯାଇଥିବା ଜମାକାରୀମାନେ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି। କମ୍ପାନୀ ୨୦୧୦ ମସିହାଠାରୁ ଏଠାରେ ଅଫିସ ଖୋଲି କଟକ ଓ ଏହାର ଆଖପାଖ ଅଞ୍ଚଳର ଜମାକାରୀଙ୍କ ଠାରୁ ଟଙ୍କା ନେଇ ଆସୁଥିଲା। ତେବେ ଗତକିଛି ଦିନ ହେଲା ଜମାକାରୀମାନେ ସେମାନଙ୍କର ଟଙ୍କା ଫେରି ପାଇବାକୁ ଆସୁଥିବା ବେଳେ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ଭଣ୍ଡେଇ ଆସୁଥିଲେ। ଆଜି ଜମାକାରୀମାନେ ଟଙ୍କ।ପାଇଁ ଆସିଥିବା ବେଳେ ଅଫିସ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ମଧୁପାଟଣା ଥାନାରେ ଅଭିଯୋଗ କରିଛନ୍ତି।