କଟକ: ଜୋତା ଦୋକାନରେ ଅଗ୍ନିକାଣ୍ଡ

କଟକ: କଟକ ବକ୍ସିବଜାରରେ ଏକ ଜୋତା ଦୋକାନରେ ଆଜି ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ ସଟ୍‌ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ବିଭାଗର ଚାରିଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଜୋତି ପୋଡି ଯାଇଛି।

ଆଜି ଅପରାହ୍ନ ଗୋଟାଏ ବେଳେ ଜୋତା ଦୋକାନ ଉପରେ ଥିବା ଷ୍ଟୋର ରୁମ୍‌ରେ ନିଆଁ ଲାଗିଥିଲା। କ୍ଷଣକ ଭିତରେ ଏହି ନିଆଁ ଦୋକାନକୁ ବ୍ୟାପିଥିଲା।