କଟକ ଶିଶୁ ଭବନରେ ପିଲା ଚୋରି ଘଟଣା; ମା’ ହାତରୁ ଖସି ମରିଛି ଶିଶୁ: ଡିସିପି

କଟକ: କଟକ ଶିଶୁଭବନରେ ଶିଶୁ କନ୍ୟା ଚୋରି ଅଭିଯୋଗ ଘଟଣା ଏବେ ନୂଆ ମୋଡ଼ ନେଇଛି। ମା’ହାତରୁ ଖସି ଶିଶୁର ମୃତ୍ୟୁ  ଘଟିଥିବା ଓ ମୃତ୍ୟୁ ପରେ ମା’ ପିଲାଟିକୁ କୂଅରେ ପକାଇ ଦେଇଥିବା ଜେରା ବେଳେ ତାଙ୍କ ପରିବାରବର୍ଗ ସ୍ୱୀକାର କରିଥିବା ଡିସିପି ସଞ୍ଜୀବ ଆରୋରା ଆଜି ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାରେ ପୋଲିସ୍ ସନ୍ଦେହରେ ଶିଶୁଟିର ବାପା ଓ ମା’ଙ୍କ ସହ ୫ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରିଥିଲେ। ଶିଶୁର ମୃତଦେହକୁ […]

sisu

sisu

Rakesh Mallick
  • Published: Saturday, 19 March 2016
  • Updated: 19 March 2016, 10:13 AM IST

Sports

Latest News

କଟକ: କଟକ ଶିଶୁଭବନରେ ଶିଶୁ କନ୍ୟା ଚୋରି ଅଭିଯୋଗ ଘଟଣା ଏବେ ନୂଆ ମୋଡ଼ ନେଇଛି। ମା’ହାତରୁ ଖସି ଶିଶୁର ମୃତ୍ୟୁ  ଘଟିଥିବା ଓ ମୃତ୍ୟୁ ପରେ ମା’ ପିଲାଟିକୁ କୂଅରେ ପକାଇ ଦେଇଥିବା ଜେରା ବେଳେ ତାଙ୍କ ପରିବାରବର୍ଗ ସ୍ୱୀକାର କରିଥିବା ଡିସିପି ସଞ୍ଜୀବ ଆରୋରା ଆଜି ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାରେ ପୋଲିସ୍ ସନ୍ଦେହରେ ଶିଶୁଟିର ବାପା ଓ ମା’ଙ୍କ ସହ ୫ ଜଣଙ୍କୁ ପୋଲିସ୍ ଅଟକ ରଖି ପଚରାଉଚରା କରିଥିଲେ। ଶିଶୁର ମୃତଦେହକୁ କଟକ ଯୋବ୍ରା ଅଞ୍ଚଳ ତତ୍ତ୍ୱବଟଠାରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ୍‌ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ମୃତ ଶିଶୁଟିର ଘର ଖୋର୍ଦ୍ଧା ଜିଲ୍ଲା ସୁନାଖଳାରେ। ତା’ର ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ  ଗତ ୧୭ ତାରିଖ ଦିନ ତା’ ବାପା ଜିତେନ୍ଦ୍ର ଚଣ୍ଡ ତାକୁ ଶିଶୁ ଭବନକୁ ଆଣିଥିଲେ। ତେବେ ଶିଶୁ ଭବନରେ ଆଇସିୟୁ ଖାଲି ନ ଥିବାରୁ ତାକୁ ପ୍ରାଥମିକ ଚିକିତ୍ସା ପରେ ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି କରାଯାଇଥିଲା। ସକାଳ ପ୍ରାୟ ୯ଟା ବେଳେ ଶିଶୁଟି ଶୋଇଥିବା ବେଳେ ତା’ର ମାଆ ବାଥ୍‌ରୁମ୍‌କୁ ଯାଇଥିଲେ। ଏହି ସମୟରେ ଶିଶୁଟି ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଲାଲବାଗ ଥାନାରେ ଏତଲା ଦିଆଯାଇଥିଲା। ଏହାର ତଦନ୍ତ କରିବାକୁ ଶିଶୁଭବନ କର୍ତ୍ତୃପକ୍ଷ ଏକ ତିନି ଜଣିଆ କମିଟି ଗଠନ କରିଥିଲେ। ଏହି କମିଟିରେ ଜଣେ ପ୍ରଶାସନିକ ଅଧିକାରୀ ଓ ଦୁଇ ଜଣ ଡାକ୍ତର ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos